Latest Odisha News

ଖଲିକୋଟ ସ୍ୱୟଂଶାସିତ କଲେଜକୁ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବ୍ରହ୍ମପୁରସ୍ଥିତ ଖଲିକୋଟ ସ୍ୱୟଂଶାସିତ କଲେଜକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଛନ୍ତି।

ଖଲିକୋଟ ସ୍ୱୟଂଶାସିତ କଲେଜ ହେଉଛି ରାଜ୍ୟର ପୁରାତନ ତଥା ପ୍ରସିଦ୍ଧ କଲେଜ ମଧ୍ୟରୁ ଗୋଟିଏ। ଏଠାରେ ଅଧ୍ୟୟନ କରିଥିବା ଅନେକ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିବାରେ ସଫଳ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ଏହି କଲେଜକୁ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ଘୋଷଣା କରିବା ପରେ ଦକ୍ଷିଣ ଓଡ଼ିଶାର ଲୋକଙ୍କ ଆକାଂକ୍ଷା ପୂରଣ କରିଛି।

Leave A Reply

Your email address will not be published.