Latest Odisha News

BREAKING NEWS

ସାହିତ୍ୟ ପତ୍ରିକା କାହାଣୀର ‘ମନୋଜ ଦାସ ବିଶେଷାଙ୍କ’ ଲୋକାର୍ପିତ

ଭୁବନେଶ୍ୱର : ସମ୍ପାଦକ ବିଜୟ ନାୟକଙ୍କ ଦ୍ୱାରା ସମ୍ପାଦିତ ଅଗ୍ରଣୀ ସାହିତ୍ୟ ପତ୍ରିକା ‘ କାହାଣୀ ‘ ର ‘ମନୋଜ ଦାସ ବିଶେଷାଙ୍କ’ ବିଶିଷ୍ଟ କବି ରମାକାନ୍ତ ରଥଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ।

ବିଶେଷ ସଂଖ୍ୟାରେ ମନୋଜ ଦାସଙ୍କ ରଚିତ ଅନେକ ସ୍ୱତନ୍ତ୍ର କବିତା , ଭ୍ରମଣ ବୃତ୍ତାନ୍ତ , କଥା ଓ କାହାଣୀ , ସ୍ମୃତି କଥା ଓ ରମ୍ୟ ରଚନା ଇତ୍ୟାଦି ସ୍ଥାନ ପାଇଛି ।

ବିଶିଷ୍ଟ ସାହିତ୍ୟିକ ଦାଶ ବେହେହୁର, ଡ. ଗୌରହରି ଦାସ,  ଡ. ଶଶଧର ଦାସ  , ଡ. ପ୍ରଭାକର ସ୍ୱାଇଁ , ଡ. ଇତି ସାମନ୍ତ , ପବିତ୍ର ପାଣିଗ୍ରାହୀ , ଗୋସ୍ୱାମୀ ଗୋଲାମ ଦେବତା , ଅମିତାଭ ଖିଲାର ପ୍ରମୁଖ ଏହି ବିଶେଷାଙ୍କରେ ମନୋଜ ଦାସଙ୍କ ସ୍ୱତନ୍ତ୍ର  ସୃଷ୍ଟି ଓ ସ୍ମୃତି ସମ୍ବନ୍ଧିତ ଆଲେଖ୍ୟ ଉପସ୍ଥାପନ କରିଛନ୍ତି । ଏହା ସହ ମନୋଜ ଦାସଙ୍କ ସମ୍ପର୍କିତ କିଛି ବିରଳ ପତ୍ର ଓ ଚିତ୍ର କାହାଣୀ ମଧ୍ୟ ଏଥିରେ ସ୍ଥାନ ପାଇଛି ।

ଏହି ଅବସରରେ କାହାଣୀ ପରିବାର ତରଫରୁ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

Leave A Reply

Your email address will not be published.