Latest Odisha News

BREAKING NEWS

ସ୍ବାଭିମାନ ଅଞ୍ଚଳରେ ଉଇଁଲା ବିକାଶର ନୂତନ ସୂର୍ଯ୍ୟ, ଆକଶପଥରେ ଯୋଡି ହେଲା ମାଲାକାନଗିରି

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ ଉଇଁଲା ବିକାଶର ନୂତନ ସୂର୍ଯ୍ୟ । ଆକଶପଥରେ ଯୋଡି ହେଲା ମାଲାକାନଗିରି ଜିଲ୍ଲା । ଉଦଘାଟନ ହେଲା ବହୁପ୍ରତୀକ୍ଷିତ ମାଲକାନଗିରି ବିମାନବନ୍ଦର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରିବା ପରେ ଏହାକୁ ଲୋକାର୍ପଣ କରିଛନ୍ତି।

ଲୋକାର୍ପିତ ହେବା ପରେ ବିମାନବନ୍ଦରରୁ ପ୍ରଥମେ କମର୍ସିଆଲ ବିମାନ ଉଡାଣ ଭରିଛି । ଭବିଷ୍ୟତରେ ଏହାକୁ ୩୦୦୦ ମିଟର ଯାଏଁ ସମ୍ପ୍ରସାରଣ କରାଯିବାର ମଧ୍ୟ ଯୋଜନା ରହିଛି । ଏହା ପରେ ଡିଜସିଏଙ୍କ ଅନୁମତି ପରେ ଯାତ୍ରୀବାହୀ ବିମାନ ଉଡାଣ ଭରିବ ବୋଲି ସୂଚନା ରହିଛି ।

୨୯କୋଟି ଟଙ୍କା ବ୍ୟୟରେ ପ୍ରାୟ ୨୩୩ ଏକର ଅଞ୍ଚଳରେ ନିର୍ମିତ ବିମାନ ବନ୍ଦରରେ ୧୬୨୦ ମିଟର ଇନଟୁ ୩୦ ମିଟର ରନଓ୍ବେ ନିର୍ମାଣ ହୋଇଛି । ୭୦ କୋଟି ଟଙ୍କା ବ୍ୟୟରେ ଏହି ବିମାନ ବନ୍ଦରର ଉନ୍ନତିକରଣ ହୋଇଛି । ଏଠାରେ ମଧ୍ୟମ ବର୍ଗର ଉଡାଜାହାଜ ଅବତରଣ କରିପାରିବା ସୁବିଧା ରହିଛି । ମାତ୍ର ୧୪ ମାସରେ ଏହି ବିମାନବନ୍ଦରକୁ ନିର୍ମାଣ କରାଯାଇଛି ।

ଦୀର୍ଘଦିନର ପ୍ରତୀକ୍ଷା ପରେ ମାଲକାନଗିରିକୁ ବିମାନ ସେବା ଆରମ୍ଭ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିମାନସେବାର ଲୋକାର୍ପଣ ପରେ ଫଟୋ ସୁଟ୍ କରିଥିଲେ ମୁଖ୍ୟମନ୍ତ୍ରୀ । ସାଙ୍ଗରେ ଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବିମାନ ସେବା ଆରମ୍ଭ ହେଲେ ଜିଲ୍ଲାରେ ସାମାଜିକ ଓ ଆର୍ଥିକ ବିକାଶ ତ୍ୱରାନ୍ୱିତ ହେବ । ପୁଞ୍ଜିନିବେଶ ସୁଯୋଗ ସୃଷ୍ଟି ହେବା ସହ ଲୋକଙ୍କୁ କର୍ମନିଯୁକ୍ତି ମିଳିବ ବୋଲି ଆଶା ରହିଛି ।

 

 

 

Leave A Reply

Your email address will not be published.