Latest Odisha News

ଉପନିର୍ବାଚନ ପ୍ରତିଶ୍ରୁତି ରଖିଲେ; ଆଜି ପଦ୍ମପୁର ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ

ବରଗଡ଼ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଦ୍ମପୁର ନିର୍ବାଚନମଣ୍ଡଳୀ ଗସ୍ତରେ ଯାଉଛନ୍ତି । ପଦ୍ମପୁର ଉପନିର୍ବାଚନ ପରେ ଏହା ତାଙ୍କର ପ୍ରଥମ ପଦ୍ମପୁର ଗସ୍ତ । ଉପନିର୍ବାଚନରେ ବିପୁଳ ବିଜୟ ପରେ ଶୀଘ୍ର ଆସିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିଶ୍ରୁତି ମୁଖ୍ୟମନ୍ତ୍ରୀ ପୂରଣ କରିବାକୁ ଯାଉଛନ୍ତି । ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ରବିବାର ନିର୍ବାଚନମଣ୍ଡଳୀର ପଦ୍ମପୁର, ଝାରବନ୍ଧ ଏବଂ ପାଇକମାଳ ବ୍ଲକ୍‌ ଯିବେ । ସେଠାରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିବେ। ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ ୫ କ୍ୟାବିନେଟ ମନ୍ତ୍ରୀ, ସ୍ଥାନୀୟ ବିଧାୟକ ଓ ବିଧାୟିକା ମଧ୍ୟ ଏହି ଗସ୍ତରେ ଯାଉଛନ୍ତି ।  ମୁଖ୍ୟମନ୍ତ୍ରୀଙ୍କ ସହ ୫ କ୍ୟାବିନେଟ ମନ୍ତ୍ରୀ, ସ୍ଥାନୀୟ ବିଧାୟକ ଓ ବିଧାୟିକା ମଧ୍ୟ ଏହି ଗସ୍ତ ରେ ଯାଉଛନ୍ତି । ଉପ ନିର୍ବାଚନର ମାତ୍ର ୨ ମାସ ୧୭ ଦିନ ପରେ ମୁଖ୍ୟମନ୍ତ୍ରୀ ତାଙ୍କ କଥା ରଖି ପଦ୍ମପୁତ୍ର ଯାଉଛନ୍ତି ।

ଆଜି ଦିନ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ସତୀଭଟା ଏୟାର୍‌ଷ୍ଟ୍ରିପ୍‌ରେ ଅବତରଣ କରିବେ। ସେଠାରୁ ହେଲିକପ୍ଟରରେ ବାହାରି ଝାରବନ୍ଧ ଶକ୍ତିଛକ ହେଲିପେଡ୍‌ରେ ଓହ୍ଲାଇବେ। ପରେ ହେଲିକପ୍ଟରରେ ବାହାରି ୧୨.୩୦ରେ ପାଇକମାଳଠାରେ ପହଂଚିବେ।   ସଭା ସାରି ପୁଣି ହେଲିକପ୍ଟରରେ ପଦ୍ମପୁର ଆର୍‌ଏଲ୍‌ କଲ୍ୟାଣ ମଣ୍ଡପସ୍ଥିତ ହେଲିପ୍ୟାଡ୍‌ରେ ଅବତରଣ କରିବେ। ମଧ୍ୟାହ୍ନଭୋଜନ ପରେ ଅପରାହ୍‌ଣ ୩.୪୫ରେ ସେ ହାଇସ୍କୁଲ ପଡ଼ିଆରେ ପହଂଚିବେ। ସେଠାରେ କାର୍ଯ୍ୟକ୍ରମ ସାରି ସତୀଭଟା ଏୟାରଷ୍ଟ୍ରିପ୍‌ରୁ ପୁଣି ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବେ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ପାଇଁ ପୁଲିସ୍‌ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।   ୨୫ ପ୍ଲାଟୁନ୍‌ ଫୋର୍ସ ସୁରକ୍ଷା ଦାୟିତ୍ବରେ ଅଛନ୍ତି  ।  ୫ଜଣ ଏଏସ୍‌ପି, ୧୬ ଡିଏସ୍‌ପି, ୩୨ଜଣ ଆଇଆଇସି, ଶହେ ଜଣ ଏସ୍‌ଆଇ/ଏଏସ୍‌ଆଇମଧ୍ୟ ନିୟୋଜିତ ହେବେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ପାଇଁ ଆଜି ପଦ୍ମପୁର ଚଳଚଂଚଳ ହୋଇଉଠିଛି । ଏଠିକା ରାଜନୈତିକ ମାହୋଲ ବି ସରଗରମ ହୋଇପଡିଛି।

 

Leave A Reply

Your email address will not be published.