Latest Odisha News

BREAKING NEWS

ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପରିଦର୍ଶନ ନବୀକରଣ କୃତ ସମ୍ମିଳନୀ କକ୍ଷ ଉଦଘାଟିତ

ମୁଖ୍ୟ ଶାସନ ସଚିବଙ୍କ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପରିଦର୍ଶନ ନବୀକରଣ କୃତ ସମ୍ମିଳନୀ କକ୍ଷ ଉଦଘାଟିତ

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଦ୍ୱାରା ଲୋକସେବା ଭବନ ସ୍ଥିତ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗରେ ନବୀକରଣ କରାଯାଇଥିବା ସମ୍ମିଳନୀ କକ୍ଷ ଉଦଘାଟିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସେ ବିଭାଗର ଅନ୍ୟ ଏକ ବୈଠକ ଗୃହ, କାର୍ଯ୍ୟାଳୟ ପ୍ରକୋଷ୍ଠ, କମ୍ପ୍ୟୁଟର କକ୍ଷ ଏବଂ ଅଭ୍ୟର୍ଥନା ପ୍ରକୋଷ୍ଠ ଆଦି ବୁଲି ଦେଖ‌ିବା ସହିତ ନବୀକରଣ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।ଏହି ଅବସରରେ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀଙ୍କ ଉପସ୍ଥିତ ଥିଲେ ।

ଏହି ପରିଦର୍ଶନ ସମୟରେ ସମ୍ପୃକ୍ତ ବିଭାଗର ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ଶୋଭନ କୃଷ୍ଣ ସାହୁ, ହସ୍ତଶିଳ୍ପ ନିର୍ଦ୍ଦେଶକ ପ୍ରଣତୀ ଛୋଟରାଏ, ସ୍ବତନ୍ତ୍ର ଶାସନ ସଚିବ ସରୋଜ କୁମାର ପଟେଲ, ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ ଓ ଅନ୍ୟ ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

 

 

Leave A Reply

Your email address will not be published.