Latest Odisha News

BREAKING NEWS

ଏଠାରେ ମୁହଁକୁ ସମ୍ପୂର୍ଣ୍ଣ ଆବଦ୍ଧ କରୁଥିବା ହେଲମେଟ ପିନ୍ଧିବା ମନା

ନୂଆଦିଲ୍ଲୀ: ବିଶ୍ୱର ପ୍ରାୟ ସମସ୍ତ ସ୍ଥାନରେ ଦିଚକିଆ ଯାନ ଚଳାଉଥିବା ଚାଳକଙ୍କ ପାଇଁ ହେଲମେଟ ପିନ୍ଧିବା ଜରୁରୀ । ତେବେ ଫିଲିପାଇନ୍ସର ଏକ ସହରରେ ମୁହଁ ଓ ମୁଣ୍ଡକୁ ସମ୍ପୂର୍ଣ୍ଣ ଭାବେ ଆବଦ୍ଧ କରି ରଖୁଥିବା ହେଲମେଟ ଉପରେ କଟକଣା ଲଗା ଯାଇଛି । ୱାକଲୋଡ ସହରରେ ଜଣେ ମୋଟର ସାଇକେଲ ଚାଳକ ଫୁଲ ଫେସ ହେଲମେଟ ପିନ୍ଧି ଜନ ଗହଳି ସ୍ଥାନରେ ଗ୍ରେନେଡ ଆକ୍ରମଣ କରିଥିଲା । ଏଥିରେ ୩ଜଣ ଲୋକ ଆହତ ହୋଇଥିଲେ । ଅବଶ୍ୟ ସ୍ଥାନୀୟ ପୋଲିସ ତାଙ୍କୁ ଗିରଫ କରିବାରେ ପରେ ସଫଳ ହୋଇଥିଲା । ଏ ଭଳି ଘଟଣା ଯେପରି ଭବିଷ୍ୟତରେ ନ ଘଟିବ ସେଥିପାଇଁ ସ୍ଥାନୀୟ ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି ।

ସେହିପରି ସହର ମଧ୍ୟରେ ୪୦କିମିରୁ ଅଧିକ ବେଗରେ ବାଇକ ଚଳାଇ ପାରିବେ ନାହିଁ ବୋଲି କଟକଣା ଜାରୀ କରାଯାଇଛି । ଫିଲପାଇନ୍ସରେ ଅଧିକ ମୋଟର ସାଇକେଲ ଚାଳକ ଫୁଲ ଫେସ ହେଲମେଟ ପିନ୍ଧିବାକୁ ଭଲ ପାଇଥାଆନ୍ତି । ସେମାନେ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି ବୋଲି ଆଶଙ୍କା କରାଯାଇଛି । ଏହା ପୂର୍ବରୁ ସରକାର ଫ୍ରଂଟ ଲାଇସେନ୍ସ ପ୍ଲେଟ, ର‌୍ୟାଣ୍ଡମ ପୋଲିସ ଚେକପଂଏଟକୁ ମଧ୍ୟ ଉଠାଇ ଦିଆଯାଇଥିଲା ।

Leave A Reply

Your email address will not be published.