Latest Odisha News

BREAKING NEWS

ପୁରୀରେ ପିଲାଚୋରୀ ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼

ପୁରୀ: ପୁରୀରେ ମାତିଛନ୍ତି ପିଲାଚୋର । ପିଲାଚୋରୀ ସନ୍ଦେହରେ ୩ ଜଣ ଯୁବକଙ୍କୁ ସ୍ଥାନୀୟ ଲୋକ ନିସ୍ତୁକ ମାଡ଼ ମାରି ଲହୁଲହାଣ କରିଛନ୍ତି । ପିଲା ଚୋର ସନ୍ଦେହରେ ଏହି ଯୁବକମାନେ ଗାଁରେ ପଶିଥିବା ଭାବି ଗାଁ ଲୋକେ ନିସ୍ତୁକ ମାଡ଼ ମାରିଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହେଉଛି ।

ଖବର ମୁତାବକ, ପୁରୀ ସଦର ବ୍ଲକ ଶାସନ ଦାମୋଦରପୁର ପଞ୍ଚାୟତ ଅନ୍ତର୍ଗତ ବାଲିପାଟଣା ଓ ପିଳିପିଳା ଅଞ୍ଚଳରେ ଦୁଇ ଜଣ ଏବଂ ପୁରୀ ସହର ବଳିଆପଣ୍ଡା ଅଞ୍ଚଳରେ ଆଉ ଜଣେ ଅଚିହ୍ନା ଯୁବକ ବୁଲୁଥିବା ସ୍ଥାନୀୟ ଲୋକଙ୍କ ନଜରକୁ ଆସିଥିଲା ।

ସେମାନେ ଏଠି କଣ କରୁଛନ୍ତି ବୋଲି ପଚାରିବାରୁ କୌଣସି ସଠିକ୍‌ ଉତ୍ତର ଦେଇ ପାରି ନ ଥିଲେ । ଏପରିକି ସେମାନଙ୍କ କଥାରେ ତାଳମେଳ ରହି ନ ଥିଲା । ଏହାପରେ ସେମାନେ ପିଲା ଚୋରି ଉଦ୍ଦେଶ୍ୟରେ ଗାଁରେ ପଶିଥିବା ଖବର ପ୍ରଚାରିତ ହୋଇଥିଲା । ଫଳରେ ଲୋକେ ସେମାନଙ୍କୁ ନିର୍ଦ୍ଧୁମ ପିଟି ଲହୁଲୁହାଣ କରିଥିଲେ ।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉତ୍ୟେକ୍ତ ଲୋକଙ୍କ କବଳରୁ ଉଦ୍ଧାର କରି ଥାନାରେ ଅଟକ ରଖି ପଚରାଉଚରା କରୁଛି ।

ଅନ୍ୟପଟେ ଏଭଳି ଘଟଣା ନଜରକୁ ଆସିବା ପରେ ଉଦବେଗ ପ୍ରକାଶ କରିଚଛନ୍ତି ପୁରୀ ଏସପି ପିନାକି ମିଶ୍ର । ସେ ସାମାଜିକ ଗଣମାଧ୍ୟମରେ ଲୋକଙ୍କୁ ଅପିଲ କରିଛନ୍ତି ଯେ କୌଣସି ଅଜଣା ବ୍ୟକ୍ତି କିମ୍ବା ଏଭଳି ମାନସିକ ଅସୁସ୍ଥ ବ୍ୟକ୍ତିଙ୍କୁ ଆକ୍ରମଣ କରନ୍ତୁ ନାହିଁ ଏବଂ ଆଇନକୁ ହାତକୁ ନିଅନ୍ତୁ ନାହିଁ । ଯଦି କୌଣସି ବ୍ୟକ୍ତି ଉପରେ ସନ୍ଦେହ ହେଉଛି ତେବେ ତୁରନ୍ତ ପୋଲିସକୁ ଖବର ଦିଅନ୍ତୁ । ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କର ପରିଚୟ ଯାଞ୍ଚ କରିବ ।

Leave A Reply

Your email address will not be published.