Latest Odisha News

BREAKING NEWS

ଆଜିଠୁ ଚିଲିକା ‘ସେଲଡ଼କ୍ କାର୍ଣ୍ଣିଭାଲ’ ଆରମ୍ଭ

ଭୁବନେଶ୍ୱର: ବାହାର ରାଜ୍ୟରେ ଥିବା ଓଡ଼ିଆ ମାନଙ୍କ ଲାଗି ଚିଲିକା ସବୁବେଳେ ଆକର୍ଷଣର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଥାଏ । ପ୍ରତିବର୍ଷ ଡ଼ିସେମ୍ବର ମାସରେ ଚିଲିକାରେ ପାଳିତ ହୋଇ ଆସୁଥିବା ‘ସେଲଡ଼କ୍ କାର୍ଣ୍ଣିଭାଲ’ ଏବେ ଚିଲିକାକୁ ଆସୁଥିବା ପରିଦର୍ଶକ ଏବଂ ପର୍ଯ୍ୟଟଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଛି ।

ଚିଲିକା ମୁହାଣରେ ଆୟୋଜିତ ହେଉଥିବା ଉତ୍ସବଟି ଓଡ଼ିଆର୍ଟ ଏବଂ ଏଟିଜି ମିଡ଼ିଆ ଲିମିଟେଡ଼ର ମିଳିତ ଉଦ୍ୟମରେ ଅନୁଷ୍ଠିତ ହେଉଛି । ଏହି ଉତ୍ସବରେ ଲୋକକଳା ସହିତ ଲୋକନୃତ୍ୟ ପ୍ରଦର୍ଶନ କରିବେ ଶତାଧିକ କଳାକାର ।

ଓଡ଼ିଆର୍ଟ ସେଣ୍ଟର ସେକ୍ରେଟାରୀ (ଅର୍ଥ) ଏବଂ ଏଟିଜି ମିଡ଼ିଆ ଲିମିଟେଡ଼ର ଏକଜିକ୍ୟୁଟିଭ୍ ଡ଼ାଇରେକ୍ଟର୍ କରନ୍ ଖାନ୍ନା କହିଛନ୍ତି, ପରିଦର୍ଶକଙ୍କୁ ଆକର୍ଷିତ କରିବା ଲାଗି ଏଠାରେ ଅନେକ ଆକର୍ଷଣୀୟ ତଥା ମଜାଦାର ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି ।

“ଚିଲିକା ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ଏବଂ ଜନସାଧାରଣ ଏହାକୁ ଆହୁରି ଅଧିକ ଭାବେ ଉପଭୋଗ କରିବାକୁ ଚାହାନ୍ତି । ମୁଁ ମୁମ୍ବାଇର ବାସିନ୍ଦା, କିନ୍ତୁ ଏଠାରେ ମ୍ୟୁଜିୟମ ଉଦଘାଟନ ସମୟରେ ମୁଁ ଚିଲିକା ପରିଦର୍ଶନ କରିଥିଲି । ସେହି ସମୟରେ ମୁଁ ଗୋଟିଏ କଥା ଚିନ୍ତା କରିଥିଲି ଯେ, ଚିଲିକା ପରି ଏକ ଅତ୍ୟନ୍ତ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ଆବଶ୍ୟକ । ଏହି ଉତ୍ସବ ପୂର୍ବରୁ ମାତ୍ର ୪ ଦିନ ଧରି ଅନୁଷ୍ଠିତ ହେଉଥିଲା, ମାତ୍ର ଏଥର ଡ଼ିସେମ୍ବର ୨୧ ତାରିଖରୁ ଉତ୍ସବ ଆରମ୍ଭ ହୋଇ ଡ଼ିସେମ୍ବର ୩୧ ତାରିଖରେ ସମାପ୍ତ ହେବ” ବୋଲି କହିଛନ୍ତି ଓଡ଼ିଆର୍ଟର ସେକ୍ରେଟାରୀ କରନ୍ ଖାନ୍ନା କହିଛନ୍ତି ।

ଏହି ଅବସରରେ ଅନେକ ଆଉଟଡ଼ୋର ଆଡ଼ଭେଞ୍ଚର୍ସ ସ୍ପୋର୍ଟସ ଇଭେଣ୍ଟ ହେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି, ସେଥିମଧ୍ୟରେ ବୋଟ ରେସ, ମଡ୍ ଭଲିବଲ ଖେଳ ଡ଼ିସେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିସହିତ ଓଡ଼ିଶାର ପାରମ୍ପରିକ ଐତିହ୍ୟ ସମ୍ପନ୍ନ ପାରମ୍ପରିକ ପ୍ରଦର୍ଶନ ଡ଼ିସେମ୍ବର ୨୭ଠାରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି ।

“ଏଥର ଆମେ ଏହି ‘ସେଲଡ଼କ୍ କାର୍ଣ୍ଣିଭାଲ’ରେ କେତେକ ୱାଟର୍ ସ୍ପୋର୍ଟ ଏବଂ ସ୍କୁବା ଡ଼ାଇଭିଂର ମଧ୍ୟ ବ୍ୟବସ୍ଥା କରିଛୁ । ଏହି କାର୍ଯ୍ୟକ୍ରମରେ ସନ୍ଧ୍ୟାବେଳେ ବନ୍ ଫାୟାର ପରି ଆକର୍ଷଣୀୟ କାର୍ଯ୍ୟକ୍ରମ ମଧ୍ୟ ଅନ୍ତଭୃକ୍ତ ଅଛି ।”

ଏହି ଉତ୍ସବ ପରିପ୍ରେକ୍ଷୀରେ ସୁଆଦିଆ ଭୋଜନ ସହିତ ଅନେକ ରକମର ଖାଦ୍ୟ ପଦାର୍ଥର ମଧ୍ୟ ଆୟୋଜନ ହୋଇଛି ।

“ଏଠାରେ ମୁଖ୍ୟ ଇଭେଣ୍ଟ ୨୭ ତାରିଖରୁ ଆରମ୍ଭ ହେଉଛି । ସନ୍ଧ୍ୟା ସମୟରେ ମ୍ୟୁଜିକାଲ୍ ଇଭେଣ୍ଟ ଅନୁଷ୍ଠିତ ହେବ । ଡ଼ିସେମ୍ବର ୩୧ ତାରିଖ ଦିନ ଏକ ବଲିଉଡ଼ ଥେମଡ଼ ଡ଼୍ୟାନ୍ସ ପାର୍ଟିର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି,”ବୋଲି କହିଛନ୍ତି କରନ୍ ଖାନ୍ନା ।

Leave A Reply

Your email address will not be published.