Latest Odisha News

BREAKING NEWS

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଲାଗି ସମନ୍ୱୟ କମିଟି ଗଠିତ

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ରାଜ୍ୟରେ ୨ ବର୍ଷ ଧରି ପାଳନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇ ଏହାର ଏକ ସମନ୍ୱୟ ଉପ କମିଟି ଗଠନ କରାଯାଇଛି। ଏହି କମିଟି ୫ ଜଣ ବିଧାୟକଙ୍କ ସହ ମୋଟ ୭ ଜଣଙ୍କୁ ନେଇ  ଗଠିତ ହୋଇଛି।

ମହାକାଳପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଏହି ଉପକମିଟିର ଅଧ୍ୟକ୍ଷ କରାଯାଇଥ୍ଖଲା ବେଳେ ସଦସ୍ୟଭାବେ ଚିଲିକା ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ, ବାଲେଶ୍ୱର ବିଧାୟକ ଜୀବନ ପ୍ରଦୀପ ଦାସ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଏବଂ ସାମ୍ବାଦିକ ତଥା ଗାନ୍ଧୀ ୧୫୦ ରାଜ୍ୟ କମିଟିର ସଦସ୍ୟ ବିରୁପାକ୍ଷ ତ୍ରିପାଠୀଙ୍କୁ ମନୋନୀତ କରାଯାଇଛି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ ଏହି ସମନ୍ବୟ ଉପ କମିଟିର ସଦସ୍ୟ ତଥା ଆବାହକ ଅଛନ୍ତି। ସମନ୍ବୟ ଉପକମିଟି ଗଠନ ନେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ସ୍ୱାକ୍ଷରରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଉଲ୍ଲେଖଥାଉ କି, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ରାଜ୍ୟସ୍ତରୀୟ କମିଟିର ବୈଠକ ଗତ ସେପ୍ଟେମ୍ବର ୨୫ ତାରିଖରେ ଅନୁଷ୍ଠିତ ହୋଇଥ୍ଖଲା। ମୁଖ୍ୟମନ୍ତ୍ରୀ ଏଥିରେ ଅଧ୍ୟକ୍ଷତା କରିଥ୍ଖଲେ। ସେହି ବୈଠକର ନିଷ୍ପତ୍ତି ଅନୁଯାୟୀ ଏହି ଉପକମିଟି ଗଠନ ହୋଇଛି।

 

Leave A Reply

Your email address will not be published.