Latest Odisha News

BREAKING NEWS

ଟ୍ରେନରୁ ଖସି ୨ଜଣ ଗୁରୁତର, ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଧାରଣା

ଯାଜପୁର : ଦୁଲଖପାଟଣା ଷ୍ଟେସନରେ ଆଜି ଅଭାବନୀୟ ଘଟଣା ଘଟିଛି। ଟ୍ରେନରୁ ଖସି ୨ଜଣ ଗୁରୁତର ହୋଇଛନ୍ତି । ବାଲେଶ୍ୱର ରୁ ଭୁବନେଶ୍ୱର ମେମୁ ଟ୍ରେନ ଦୁଲଖପାଟଣା ଷ୍ଟେସନରେ ଅଟକିବା ପରେ ଯାତ୍ରୀମାନେ ଟ୍ରେନରେ ଚଢୁଥିଲେ। ସେହି ସମୟରେ ତିନି ଜଣ ଟ୍ରେନରୁ ଖସି ପଡ଼ିଥିଲେ। ଟ୍ରେନଟି ଜାମ ଥିବାରୁ ଏଭଳି ଘଟଣା ଘଟିଥିବା ଜଣାପଡିଛି। ତେବେ ସ୍ଥାନୀୟ ଲୋକେ ଗୁରୁତର ଯାଜପୁର ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ସ୍ଥାନୀୟ ଲୋକେ ଟ୍ରେନକୁ ଅଟକ ରଖି ବିଭିନ୍ନ ଦାବି ନେଇ ଧାରଣା ଦେଇଥିଲେ।

ପୂର୍ବରୁ  ଯାତ୍ରୀ ଓ ସ୍ଥାନୀୟ ଲୋକମାନେ ଭଦ୍ରକରୁ ମେମୋ ଟ୍ରେନକୁ ଚଲାଇବାକୁ ଦାବି କରୁଥିଲେ ସୁଦ୍ଧା ରେଳ ବିଭାଗ ପକ୍ଷରୁ ବର୍ତ୍ତମାନ କୌଣସି ପଦକ୍ଷେପ ନିଆଯାଇନାହିଁ । ଏଥିଯୋଗୁଁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଦୀର୍ଘ ୩ ଘଣ୍ଟା ଧରି ଟ୍ରେନ୍‌କୁ ଅଟକ ରଖିଥିବାରୁ ଯାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ, ଆରପିଏଫ ଓ ରେଳ ବିଭାଗର ଅଧିକାରୀମାନେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି।

 

Leave A Reply

Your email address will not be published.