Latest Odisha News

BREAKING NEWS

୩ ବର୍ଷ ପରେ ଆଉ ଥରେ ବିବାହ କରିବେ ହାର୍ଦ୍ଦିକ-ନତାଶା

ମୁମ୍ବାଇ: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶ ଷ୍ଟାନକୋଭିଚ ୩ ବର୍ଷ ହେବ ପତି-ପତ୍ନୀ ଭାବେ ଚଳୁଛନ୍ତି । ଉଭୟଙ୍କ କେମେଷ୍ଟ୍ରିକୁ ପ୍ରଶଂସକମାନେ ବେଶ ପସନ୍ଦ କରିଥାନ୍ତି । ଭାଲେଂଟାଇନ ଡେ ଅବସରରେ ରାଜସ୍ଥାନର ଉଦୟପୁରରେ ସେମାନେ ଗ୍ରାଣ୍ଡ ସେରୋମୋନୀ ରଖିଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ହାର୍ଦ୍ଦିକ ଓ ନତାଶା ୩୧ ମେ ୨୦୨୦ରେ କୋର୍ଟ ମ୍ୟାରେଜ କରିଥିଲେ । ଏହା ପରେ ଜୁଲାଇ ୩୦ରେ ଉଭୟଙ୍କ ଅଗସ୍ତ୍ୟା ନାମକ ସନ୍ତାନ ହୋଇଥିଲା । ଫେବୃୟାରୀ ୧୩ରେ ରୀତିନୀତି ଅନୁସାରେ ବିବାହ ହେବ । ଯାହାକି ଫେବୃୟାରୀ ୧୬ ପର୍ଯ୍ୟନ୍ତ ଚାଲିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

BjdElectrycity

କରୋନା ସମୟରେ ଉଭୟ ବାଧ୍ୟବାଧକତାରେ କୋର୍ଟ ମ୍ୟାରେଜ କରିଥିଲେ । ବ୍ୟସ୍ତ ବହୂଳ କାର୍ଯ୍ୟସୂଚୀ ଯୋଗୁ ଉଭୟ ପୂର୍ବରୁ ଚାହିଁଥିଲେ ମଧ୍ୟ କରିପାରି ନ ଥିଲେ । ତେବେ ହାର୍ଦ୍ଦିକ କିମ୍ବା ନତାଶାଙ୍କ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ବୟାନ ଜାରୀ କରାଯାଇ ନାହିଁ । ପ୍ରଶଂସକମାନେ କିନ୍ତୁ ଏହି ଦୁଇ ଜଣଙ୍କ ଭବ୍ୟ ବିବାହ ଉତ୍ସବ ଦେଖିବା ନେଇ ବ୍ୟଗ୍ର ଅଛନ୍ତି ।

Leave A Reply

Your email address will not be published.