Latest Odisha News

BREAKING NEWS

ଗୁଜବ ନେଇ ମୁହଁ ଖୋଲିଲେ ଚିରଞ୍ଜିବୀ, ମୋତେ କର୍କଟ ରୋଗ ହୋଇନି

ମାଡ୍ରାସ: ଦକ୍ଷିଣ ଭାରତର ସୁପରଷ୍ଟାର ଚିରଞ୍ଜିବୀ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ନେଇ ଏକ ଗୁଜବ ଘୁରି ବୁଲୁଛି । ସୋସିଆଲ ମିଡିଆରେ ଏହି ଖବର ପ୍ରସାରିତ ହେବା ପରେ ପ୍ରଶଂସକମାନେ ତାଙ୍କ ଦ୍ରୁତ ଆରୋଗ୍ୟ କାମନା କରିଥିଲେ । ରବିବାର ଚିରଞ୍ଜିବୀ ତାଙ୍କ ଅସୁସ୍ଥତା ଖବର ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ମୋତେ କୌଣସି ପ୍ରକାରର କର୍କଟ ରୋଗ ହୋଇ ନାହିଁ । ଏହା ସମ୍ପୂର୍ଣ୍ଣ ଭାବେ ଏକ ଗୁଜବ ବୋଲି ସେ କହିଛନ୍ତି । ଚିରଞ୍ଜିବୀ ମୁହଁ ଖୋଲିବା ପରେ ତାଙ୍କ ବିରୋଧରେ ଗୁଜବ ସୃଷ୍ଟିକାରୀଙ୍କୁ କଡା ଜବାବ ମିଳିଛି । କିଛି ଦିନ ତଳେ ଏକ କର୍କଟ କେନ୍ଦ୍ରକୁ ଉଦଘାଟନ କରିବା ସମୟରେ ଏଥିପ୍ରତି ସତର୍କ ରହିବା ପାଇଁ କହିଥିଲେ । ମଝିରେ ମୋତେ ସନ୍ଦେହ ହେବାରୁ କୋଲୋନ ସ୍କୋପ ଟେଷ୍ଟ କରିଥିଲି ବୋଲି ସେ କହିଥିଲେ ।

ମୋ ଶରୀରରେ ଯାହା କିଛି ଡିଟେକ୍ଟ କରାଯାଇଥିଲା ତାକୁ କାଢ଼ି ଦିଆଯାଇଛି । ଯଦି ଏଥିପ୍ରତି ମୁଁ ଅବହେଳା କରିଥାନ୍ତି ତାହାହେଲେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ତାଙ୍କର ଏହି ବୟାନକୁ ଗୁଜବକାରୀମାନେ ବୁଲେଇ ବଙ୍କେଇ ଦେଖାଇବା ଫଳରେ ପ୍ରଶଂସକମନରେ ଏ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଚିରଞ୍ଜିବୀ ସୁସ୍ଥ ଅଛନ୍ତି ଜାଣିବା ପରେ ପ୍ରଶଂସକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.