Latest Odisha News

BREAKING NEWS

କଂଗ୍ରେସକୁ ଶକ୍ତ ଧକ୍କା, ଇସ୍ତଫା ଦେଲେ ଚିରଞ୍ଜୀବ ବିଶ୍ୱାଳ

ଭୁବନେଶ୍ବର: କଂଗ୍ରେସକୁ ଶକ୍ତ ଝଟକା । ଦଳରୁ ଇସ୍ତଫା ଦେଲେ କଂଗ୍ରେସର ବରିଷ୍ଠ ନେତା ତଥା ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ସେ ଆଜି ପିସିସି ସଭାପତିଙ୍କ ନିକଟକୁ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି ।

ଚିରଞ୍ଜୀବ ହେଉଛନ୍ତି ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବସନ୍ତ ବିଶ୍ୱାଳଙ୍କ ପୁଅ । ୨୦୦୪ ରୁ ୨୦୦୯ ତିର୍ତ୍ତୋଲ ବିଧାୟକ ଏବଂ ୨୦୧୪ ରୁ ୨୦୧୯ ଯାଏଁ ଜଗତସିଂହପୁର ବିଧାୟକ ଭାବେ କଂଗ୍ରେସ ଗଡ଼ ସମ୍ଭାଳିଥିଲେ ଚିରଞ୍ଜିବୀ । ବିଧାନସଭାରେ ବିରୋଧୀ ଦଳ ଉପନେତା ମଧ୍ୟ ଥିଲେ ଚିରଞ୍ଜୀବ ।

ତେବେ ୨୦୨୪ ନିର୍ବାଚନ ପୂର୍ବରୁ ସେ କାହିଁକି ଦଳ ଛାଡିଲେ ତାହାକୁ ନେଇ ଚର୍ଚ୍ଚା ହେଉଛି । ଆଗାମୀ ଦିନରେ ସେ କେଉଁ ଦଳକୁ ଯିବେ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.