Latest Odisha News

BREAKING NEWS

ବିଜେଡି ଛାଡିଲେ ସାଂସଦ ଅନୁଭବ ମହାନ୍ତି, ଦଳର ସୁପ୍ରିମୋଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର

ଭୁବନେଶ୍ବର: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ନେଇ ଚାଲିଥିବା ଚର୍ଚ୍ଚାର ଆଜି ଅବସାନ ଘଟିଛି । ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ ଙ୍କ ପରେ ବିଜେଡିକୁ ଅଲବିଦା କହିଛନ୍ତି ଅନୁଭବ । ସେ ଆଜି ତାଙ୍କ ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି ।

୨୦୧୪ ରେ ସେ ବିଜୁ ଜନତା ଦଳରୁ ରାଜ୍ୟସଭା ପାଇଁ ମନୋନୀତ ହୋଇଥିଲେ । ଏହାପରେ ୨୦୧୯ରେ ବିଜେଡି ଟିକେଟରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରୁ ସେତବେଳର କେନ୍ଦ୍ରାପଡା ସାସଂଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଲଢ଼ି ଲୋକସଭାକୁ ନିର୍ବାଚିତ ହୋଇଥିଲେ ଅନୁଭବ ମହାନ୍ତି ।

ସମୟକ୍ରମେ ପାରିବାରିକ ବିବାଦ କାରଣରୁ ଦଳର କାର୍ଯ୍ୟରୁ ଅନେକ ସମୟରେ ସେ ଦୂରେଇ ରହିଥିଲେ । ଏହା ପରେ ଦଳ ଭିତରେ ନିଜ ସ୍ଥିତି କୁ ନେଇ ଅସନ୍ତୁଷ୍ଟ ହୋଇପଡିଥିଲେ ଅନୁଭବ ।

ତେବେ ଅନୁଭବଙ୍କ ବିଜେଡିରୁ ଇସ୍ତଫା ଦେବାପରେ ସେ ବିଜେପିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.