Latest Odisha News

BREAKING NEWS

ସାଂସ୍କୃତିକ ନୃତ୍ୟର ତାଳେ ତାଳେ ଝୁମୁଛନ୍ତି ଗୁଣୁପୁରବାସୀ, ଚଇତି ଇଡିତାଲର ପ୍ରଥମ ଦିନରେ ଯୋଗ ଦେଲେ ଆଦିବାସୀ ମନ୍ତ୍ରୀ ଜଗନ୍ନାଥ ସାରକା

ରାୟଗଡା: ଗୁଣୁପୁର ସଦର ଚଇତି ମଣ୍ଡପରେ ଚାଲିଛି ରାୟଗଡା ଜିଲ୍ଲାର ଲୋକ ମହୋତ୍ସବ ଚଇତି ଇଡିତାଲ । ମନ ମୋହୁଛି ରଙ୍ଗ ବେରଙ୍ଗର ଆଲୋକମାଳା ସହ ସାଂସ୍କୃତିକ କାର୍ଯ୍ୟକ୍ରମ । ସାଂସ୍କୃତିକ ନୃତ୍ୟର ତାଳେ ତାଳେ ଝୁମୁଛନ୍ତି ଗୁଣୁପୁରବାସୀ । ଲୋକମହୋତ୍ସବ ଚଇତି ଇଡିତାଲର ପ୍ରଥମ ଦିନରେ ଯୋଗ ଦେଇଥିଲେ ଆଦିବାସୀ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ୱାସ୍ଥ୍ୟ ଯୋଜନା ଉପଦେଷ୍ଟା ସୁଧୀର ଦାସ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଏବଂ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ ଏବଂ ଆଦିବାସୀ ମାନଙ୍କ ନୃତ୍ୟ ଏବଂ ଗୀତ ପରିବେଷଣ କରାଯାଇଥିଲା । ସ୍ୱସ୍ତିକ ଗ୍ରୁପ ଓ କଟକର କଳାକାର ମାନଙ୍କ କଳା ନୃତ୍ୟ ଏବଂ କମେଡୀ ଲୋକଙ୍କ ମନମୋହିଥିଲା । ମଞ୍ଚରେ ପଦ୍ମଶ୍ରୀ ରଘୁନାଥ ପାଣିଗ୍ରାହୀ ସ୍ମାରକୀ ସମ୍ମାନ ଏବଂ ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀ ସ୍ମାରକୀ ସମ୍ମାନ ଶର୍ମିଲା ସାମନ୍ତରା ଏବଂ ବି ଚାନ୍ଦିନୀ ଙ୍କୁ ପ୍ରଦାନ କରାଯାଇ ଥିଲା । କାର୍ଯ୍ୟକ୍ରମର ଆରମ୍ଭରେ ସ୍ୱାଗତ ଭାଷଣ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦାର ଦେଇଥିଲେ । ମଞ୍ଚାସୀନ ଅତିଥି ମାନେ ଲୁକାୟିତ ଆଦିବାସୀ କଳା ସଂସ୍କୃତିକୁ ଲୋକଲୋଚନକୁ ଆଣିବା ଚଇତି ଇଡିତାଲ ଏକ ମାଧ୍ୟମ ବୋଲି ସୂଚନା ଦେଇ ଥିଲେ ।

Leave A Reply

Your email address will not be published.