Latest Odisha News

BREAKING NEWS

ଅଡୁଆରେ ସିଇସି ଜ୍ଞାନେଶ କୁମାର, ତେଜିଲା ଇସ୍ତଫା ଦାବି

ନୂଆଦିଲ୍ଲୀ: ସ୍ବତନ୍ତ୍ର ଭୋଟର ତାଲିକା (ଏସ୍‌ଆଇଆର୍‌) ବିବାଦ ମଧ୍ୟରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କର ଅଡୁଆ ବଢିବାରେ ଲାଗିଛି। ୪୮ ଘଣ୍ଟା ଭିତରେ ଇସ୍ତଫା ଦିଅନ୍ତୁ ବୋଲି ତେଜିଲା ଦାବି। ଗୋଟେପଟେ ରାହୁଲ ଅନ୍ୟପଟେ କକରୋଚ୍। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଭୂମିକାକୁ ନେଇ ଉଠିଛି ବଡ଼ ପ୍ରଶ୍ନ, ଲାଗିଛି ବଡ଼ ଆରୋପ। ଭୋଟ୍ ଚୋରି ହୋଇଥିବା ଆପତ୍ତି କରି ଘେରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ।

ଯଦି ଜ୍ଞାନେଶ କୁମାର ୪୮ ଘଣ୍ଟା ଭିତରେ ଇସ୍ତଫା ନଦିଅନ୍ତି ତାହା ହେଲେ ଦେଶସାରା ଆନ୍ଦୋଳନ କରିବାକୁ ସିଜେପି ଧମକ ଦେଇଛି। ଏସ୍‌ଆଇଆର୍‌ ଓ ଅନ୍ୟ ନିର୍ବାଚନୀ ଅନିୟମିତତାକୁ ନେଇ ନିର୍ବାଚନ କମିଶନରମାନଙ୍କ ମଧ୍ୟରେ ମତଭେଦ ଉପରେ ଇଂରାଜୀ ଦୈନିକ ଖବରକାଗଜ ‘ଇଣ୍ଡିଆନ ଏକ୍ସପ୍ରେସ’ରେ ପ୍ରକାଶିତ ରିପୋର୍ଟ ପରେ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ସିଜେପି ଆଗାମୀ ସମସ୍ତ ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ମଧ୍ୟ ଦାବି କରିଛି।

ଏଥି ମଧ୍ୟରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ମଧ୍ୟ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦେଶ ବ୍ୟାପୀ ଆନ୍ଦୋଳନ ଆହ୍ୱାନ ଦେଇଛି। କଂଗ୍ରେସ ୨୫ ସେପ୍ଚେମ୍ବର ଶୁକ୍ରବାର ସବୁ ପ୍ରଦେଶ କାର୍ଯ୍ୟାଳୟ (ପିସିସି) ମାନଙ୍କୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ବାହାରେ ଜୋରଦାର ପ୍ରଦର୍ଶନ ଲାଗି ନିର୍ଦ୍ଦେଶ ଦେଇଛି। ସେହିପରି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହି ମାମଲାରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ‘ସମ୍ବିଧାନର ଶତ୍ରୁଙ୍କ ମୁଖା ଖୋଲି ଯାଇଛି, ନ୍ୟାୟ ନିଶ୍ଚିତ ମିଳିବ’। ଉଲ୍ଲେଖ ଯୋଗ୍ୟ ଯେ ଏହି ପୁରା ବିବାଦ ଏକ ଇଂରାଜୀ ସମ୍ବାଦପତ୍ରର ସେହି ରିପୋର୍ଟ ପରେ ଉପୁଜିଛି ଯେଉଁଥିରେ ନିର୍ବାଚନ ଆୟୋଗ ଭିତରେ ଏକତା ନଥିବା ଓ ଟଣାଓଟରା ଚାଲିଥିବା କଥା ପ୍ରକାଶିତ ହୋଇଥିଲା। ରିପୋର୍ଟ ଅନୁସାରେ ନିର୍ବାଚନ କମିଶନର (ଇସି) ସୁଖବୀର ସିଂହ ସନ୍ଧୁ ଓ ବିବେକ ଯୋଶୀ ଭୋଟର ଲିଷ୍ଟ ଏସଆଇଆର ସର୍ଭେ ସମ୍ପର୍କିତ ମାମଲାକୁ ନେଇ ୩ ସଦସୀୟ ପ୍ୟାନେଲ ବାରମ୍ବାର ନିଜର ଚିନ୍ତା ଓ ଆପତ୍ତି ରୁଜୁ କରିଥିଲେ।

Comments are closed.