Latest Odisha News

ଗୁଦୁରାମୁଣ୍ଡା ଗାଁରେ ଗୋଷ୍ଠୀ ସଂଘର୍ଷ; ଚାଲିଗଲା ଜଣଙ୍କ ଜୀବନ

ବରଗଡ:ମଦ ଭାଟିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ହୋଇଛନ୍ତି । ବରଗଡ଼ ଭେଡେନ ଥାନା ଅନ୍ତର୍ଗତ ଅରେଇଗୁଡ଼ି ପଞ୍ଚାୟତ ଗୁଦୁରାମୁଣ୍ଡା ଗାଁରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଛି । ମୃତକ ଜଣକ ହେଲା ମହେଶ୍ବର ବେହେରା।

ମହେଶ୍ୱର ଓ ତାଙ୍କ ଭାଇମାନେ ଗାଁକୁ ଫେରୁଥିବାବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା । ଘଟଣା ସ୍ଥଳରେ ମହେଶ୍ୱର ବେହେରାଙ୍କ ମୃତ୍ୟୁ ହୋଇଛି । ଭେଡେନ ଥାନା ପୋଲିସର ତଦନ୍ତ ଜାରି ରଖିଛି ।

ଖବର ଅନୁସାରେ, କୁଚିଆ ମଦଭାଟି ଠିକାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ ହୋଇଛି । ବର୍ଷେ ହେବ ମଦ ଭାଟିକୁ ମହେଶ୍ୱର ବେହେରାଙ୍କୁ ଠିକାରେ ଦିଆଯାଇଥିଲା । ଏହାକୁ ନେଇ ଗାଁର ଅନ୍ୟ ଏକ ଗୋଷ୍ଠୀ ତାଙ୍କୁ ଆକ୍ରମଣ କରିଥିଲେ ।

Comments are closed.