Latest Odisha News

BREAKING NEWS

ପୁଲଓ୍ୱାମା ଏନକାଉଣ୍ଟର: ଜଣେ ଆତଙ୍କୀ ନିହତ, ଜଣେ ଯବାନ ସହିଦ

କଶ୍ମୀର: ଜମ୍ମୁ କଶ୍ମୀର ପୁଲଓ୍ୱାମାରେ ଆତଙ୍କବାଦୀ-ସୁରକ୍ଷାବାହିନୀ ଗୁଳିବିନିମୟ । ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ତାର ପରିଚୟ ଅସ୍ପଷ୍ଟ ରହିଛି । ଏହି ସୂଚନା ଦେଇଛି କଶ୍ମୀର ଜୋନ୍ ପୋଲିସ । ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ଜଣେ ଯବାନ ସହିଦ ହୋଇଛନ୍ତି ।

ଆଜି ସକାଳୁ ସକାଳୁ ମୁହାଁମୁହିଁ ହୋଇଥିଲେ ସୁରକ୍ଷାବାହିନୀ ଓ ଆତଙ୍କବାଦୀ । ପୁଲଓ୍ୱାମାର ବଡଗାମ୍ ଅନ୍ତର୍ଗତ କାମରାଜିପୋରରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।

ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଜବତ ହୋଇଛି ଗୋଟିଏ AK 47, ଗ୍ରେନେଡ୍ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ।

Leave A Reply

Your email address will not be published.