Latest Odisha News

BREAKING NEWS

ଅଭୁଲା ଗୀତ : ମଧୁର ଏ ଚାନ୍ଦ ରାତି

ଗୀତ: ସାରଦା ପ୍ରସନ୍ନ ନାୟକ
ସଙ୍ଗୀତ : ଶ୍ରୀକୁମାର
ଗାୟନ: ନିର୍ମଳା ମିଶ୍ର
କା, ୧୯୬୭

ମଧୁର ଏ ଚାନ୍ଦ ରାତି
ହସେ ତାରା ଗଗନେ
ଉଛୁଳେ ଯମୁନା ଛାତି
ମିଳନର ଲଗନେ
ଯାଅନା କାହ୍ନୁ ଯାଅନା

ବେଣୁତାନେ ମାରି ଛୁରି
ମାରି ଆଡ଼ ନୟନ
ଲୁଚି ଖେଳ ଲୁଚକାଳି
ଜାଳିଦେଲ ପରାଣ
ଅଭିମାନୀ ମାନିନୀ ମୁଁ
ପୀରତିରେ ମଗନ
ଯାଅନା କାହ୍ନୁ ଯାଅନା

ଅଙ୍ଗେ ଅଙ୍ଗେ ଉଜାଗର
ଯଉବନ ଜୁଆର
ନିଅ ତୋଳି ନିଅ ପାଶେ
ଆତୁରେ ମୁଁ କାତର
ବିତିଯାଏ ଚାନ୍ଦରାତି
କୋଳେ ତୋଳି ନିଅନା
ଯାଅନା କାହ୍ନୁ ଯାଅନା
ଯାଅନା କାହ୍ନୁ ଯାଅନା

ମଧୁର ଏ ଚାନ୍ଦ ରାତି
ହସେ ତାରା ଗଗନେ
ଉଛୁଳେ ଯମୁନା ଛାତି
ମିଳନର ଲଗନେ
ଯାଅନା କାହ୍ନୁ ଯାଅନା
ନା ନା
ଯାଅନା କାହ୍ନୁ ଯାଅନା

 

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ

ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )

 

Leave A Reply

Your email address will not be published.