Latest Odisha News

ଶିଶୁ କବିତା : ରଙ୍ଗ କରିଦେଲା ସାଙ୍ଗ

କୁଞ୍ଜ ବିହାରୀ ସାହୁ

ଯୋଉ ସାଙ୍ଗ ମୋତେ ରାଗୁଥିଲା
ଚାଲିବାର ବାଟ ଭାଙ୍ଗୁଥିଲା
ସେହି ସାଙ୍ଗ ମୋର ପାଖକୁ ଆସିଛି –
“ରାଙ୍ଗ ବୋଳି ଦେ କହିଗଲା ।”

ହାତକୁ ତାହାର ଧରିଦେଲି
ତାଆଠୁ ଅବିର ମୁଠେ ନେଲି
କଥା ଶୁଣି ତାର ରଙ୍ଗ ବୋଳିଦେଲି
ହସିଲା ଖୁସିରେ ଓଠ ମେଲି ।

ତା ସାଥିରେ ମୁଁ କଥାହେଲି
ତା’କୁ ମୁଁ ମୁଠାଏ ରଙ୍ଗ ଦେଲି
ମୋତେ ସେ କୁଣ୍ଢେଇ କହିପକାଇଲା-
“ଆଜିଠୁ ମୁଁ ତୋର ସାଙ୍ଗ ହେଲି ।”

ହସଖୁସି ହୋଇ ମିଶିଗଲୁ
ସାହି ସାହି ଆମେ ବୁଲିଗଲୁ
ସାଙ୍ଗସାଥୀମାନେ ଆମକୁ ଅନେଇ
କହିଲେ -“ଆସିଲେ ଲୁଲୁ-ବୁଲୁ ।”

ରଙ୍ଗ ଲିଭେଇଲା ସବୁ ଦାଗ
ମାନ ଅଭିମାନ ରୁଷା ରାଗ
ହୋଲି ଖେଳୁ ଖେଳୁ ଶପଥ କରିଲୁ –
“ସବୁଦିନ ରହିଥିବା ସାଙ୍ଗ ।”

ଏଲ୍.ଆଇ.ଜି – ୧୫
ନୟାପଲ୍ଲୀ, ବ୍ରିଟ୍ କଲୋନୀ,
ଭୁବନେଶ୍ବର

Leave A Reply

Your email address will not be published.