Latest Odisha News

BREAKING NEWS

ଅଧାରେ ରହିଲା ଜଗା ଦର୍ଶନ, ବାଟରେ ଓଲଟିଲା ଗାଡ଼ି ୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର

ବୌଦ୍ଧ : ଶ୍ରୀମନ୍ଦିର ଯିବା ବାଟରେ ଓଲଟିଲା ଯାତ୍ରୀବାହୀ ଗାଡ଼ି । ଫଳରେ ଅଧାରେ ରହିଲା ଜଗା ଦର୍ଶନ । ବୌଦ୍ଧ ରଇଠାଣୀ ଗାଁ ନିକଟରେ ଭାରସାମ୍ୟ ହରାଇ ଯାତ୍ରୀବାହୀ କାରଟି ତଳକୁ ଖସିପଡ଼ିଛି । ଏହି ଦୁର୍ଘଟଣାରେ ୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ହୋଇଛନ୍ତି ।

ଶ୍ରୀ ଜଗନ୍ନାଥ ଦର୍ଶନ ପାଇଁ ଛତିଶଗଡ଼ ରାୟପୁର ଅଞ୍ଚଳର ୬ଜଣ ସାଙ୍ଗ ପୁରୀ ଅଭିମୁଖେ ଏକ କାର୍‌ ଯୋଗେ ଯାତ୍ରା କରୁଥିଲେ । ହେଲେ ବୌଦ୍ଧ ସଦର ଥାନା ୫୭ ନମ୍ବର ଜାତୀୟ ରାଜପଥ ରଇଠାଣୀ ଗାଁ ନିକଟରେ କାର୍‌ଟି ଭାରସାମ୍ୟ ହରାଇ  ରାସ୍ତା ତଳକୁ ଖସିପଡିଥିଲା । ଏହି ଦୁର୍ଘଟଣାରେ ୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ହୋଇଥିଲେ । ତେବେ ଗୁରୁତର ଯାତ୍ରୀ ହେଲେ କମଲେଶ ଦେବାଙ୍ଗନ ଓ ସଞ୍ଜୟ ସାହୁ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏନେଇ ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Leave A Reply

Your email address will not be published.