Latest Odisha News

ଅଭୁଲା ଗୀତ : ମାୟା ମାୟା ମାୟା

ସଙ୍ଗୀତ : ବାଳକୃଷ୍ଣ ଦାଶ 
ଗାୟନ : ନବ କୁମାର ମିଶ୍ର
ଗୀତ : କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ
ଚଳଚ୍ଚିତ୍ର : ଦସ୍ୟୁ ରତ୍ନାକର, ୧୯୬୨

ମାୟା ମାୟା ମାୟା

ମାୟା ମାୟା ମାୟା
ମାୟା ମାୟା ମାୟା
ଦେଖୁ ଯାହା ଆଖି ଆଗେରେ ବାଉଳା
ଦେଖୁ ଯାହା ଆଖି ଆଗେରେ ବାଉଳା
ସବୁ ଖାଲି ମିଛ ମାୟା
ମାୟା ମାୟା ମାୟା

ଯା’ ଲାଗିରେ ଭୁଲି ପାସୋରୁ ଧରମ
କରୁ ଦିନ ରାତି ଯେତେ ଅକରମ
ଯା’ ଲାଗିରେ ଭୁଲି ପାସୋରୁ ଧରମ
କରୁ ଦିନ ରାତି ଯେତେ ଅକରମ
ଦୁଃଖବେଳେ ତୋର
ନ କରିବେ ମୋର
ଭାଇ ବନ୍ଧୁ ସୁତ ଜାୟା
ମାୟା ମାୟା ମାୟା

ଶମନ ଦଣ୍ଡକୁ ଡର ଯେବେ ତୋର
ବେଳ ଥାଉ ବନ୍ଧ ବାନ୍ଧରେ କୁମର
ଶମନ ଦଣ୍ଡକୁ ଡର ଯେବେ ତୋର
ବେଳ ଥାଉ ବନ୍ଧ ବାନ୍ଧରେ କୁମର
ରାମ ନାମ ରଟ ଛୁଟିଲେ ତୋ ଘଟ
ଦେବେ ରାମ ପଦ ଛାୟା
ମାୟା ମାୟା ମାୟା
ମାୟା ମାୟା ମାୟା
ମାୟା ମାୟା ମାୟା

ଦେଖୁ ଯାହା ଆଖି ଆଗେରେ ବାଉଳା
ଦେଖୁ ଯାହା ଆଖି ଆଗେରେ ବାଉଳା
ସବୁ ଖାଲି ମିଛ ମାୟା
ମାୟା ମାୟା ମାୟା

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ

ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )

Leave A Reply

Your email address will not be published.