Latest Odisha News

BREAKING NEWS

ଇସ୍ରୋର ଚନ୍ଦ୍ରଯାନ-୩ରେ ଓଡ଼ିଆ ପୁଅ ଶୁଭାଶିଷ  

ଭୁବନେଶ୍ୱର: ଇସ୍ରୋର ଚନ୍ଦ୍ରଯାନ-୩ ଅଭିଯାନରେ ଓଡ଼ିଆ ପୁଅ । ଭୁବନେଶ୍ୱର ସ୍ଥିତ ସିଟିଟିସି ଏହି ମିଶନ ପାଇଁ ଦୀର୍ଘ ୨ ବର୍ଷ ହେଲା ଶହେ କର୍ମଚାରୀଙ୍କୁ ନେଇ କାମ କରିଥିବା ବେଳେ ଚନ୍ଦ୍ରଯାନ ପଠାଯାଇଥିବା ଏଲଭିଏମ୍-୩-ଏମ୍୪ ରକେଟର ଟେକ୍ନିକାଲ୍ ଟିମରେ ଥିଲେ କେନ୍ଦ୍ରାପଡ଼ାର ଶୁଭାଶିଷ ନାୟକ ।

୨୮ ବର୍ଷୀୟ ଶୁଭାଶିଷ ୨୦୦୯ରେ ବିବି ମଡେଲ୍ ହାଇସ୍କୁଲରୁ ମାଟ୍ରିକ ପାସ୍ କରିଥିଲେ । ଏହା ପରେ ସେ ଆଇଟିଆଇରେ ନାମ ଲେଖାଇ ଥିଲେ । ସିଟିଟିସିରେ ଟ୍ରେନିଂ ନେବା ସହ ୨୦୧୮ରେ ଇସ୍ରୋରେ ଚାକିରି ପାଇଥିଲେ ଶୁଭାଶିଷ ।

କେନ୍ଦ୍ରାପଡ଼ା ଜିଲ୍ଲା ମୁକୁନ୍ଦପୁର ଗାଁର ମଳୟ ନାୟକଙ୍କ ପୁଅ ଶୁଭାଶିଷ । ବାପା ମଳୟଙ୍କ ଏକ ପୂଜା ଦୋକାନ ରହିଥିବା ବେଳେ ସେଥିରେ ପରିବାର ଚଳେ । ପୁଅକୁ ନେଇ ବାପା କହିଛନ୍ତି, ପିଲାଟି ଦିନରୁ ସେ ମେକାନିକ୍ ହେବାକୁ ଇଚ୍ଛା ରଖିଥିଲା । ଦଶମ ପରେ କଲେଜ ପରିବର୍ତ୍ତେ ଆଇଟିଆଇ ପାଇଁ ମନ ବଳାଇଥିଲା । ପୁଅ ଚନ୍ଦ୍ରଯାନ-୩ ଅଭିଯାନରେ ଥିବାରୁ ଶୁଭାଶିଷଙ୍କ ମାଆ ନିର୍ମଳା ଖୁସିବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.