Latest Odisha News

BREAKING NEWS

ଆମର ଶିକ୍ଷକ ନାହାନ୍ତି, ଆମକୁ ଯେତିକି ଆସିଲା ଆମେ ସେତିକି କରିଛୁ… ପରୀକ୍ଷା ଖାତାରେ ଏପରି କିଛି ଲେଖି ପ୍ରତିବାଦ କଲେ ଛାତ୍ରଛାତ୍ରୀ

ଯାଜପୁର: ଆମର ସଂସ୍କୃତ ପଢା ଯାଇନାହିଁ । ଆମକୁ ଯେତିକି ଆସିଲା ଆମେ ସେତିକି କରିଛୁ । ଆମର ଶିକ୍ଷକ ନାହାନ୍ତି । ଦୟାକରି ଆମଠାରୁ ଅଧିକ ଆଶା କରନ୍ତୁ ନାହିଁ । ପରୀକ୍ଷା ଖାତାରେ ଏପରି ଉତ୍ତର ଲେଖି ଅଭିନବ ଉପାୟରେ ପ୍ରତିବାଦ କଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଯାଜପୁର ଖଇରାବାଦ ପଞ୍ଚାୟତ ପ୍ରହଲ୍ଲାଦ ଚନ୍ଦ୍ର ବ୍ରହ୍ମଚାରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଘଟଣା ।

ସୂଚନା ଅନୁସାରେ, ପ୍ରହଲ୍ଲାଦ ଚନ୍ଦ୍ର ବ୍ରହ୍ମଚାରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଦେଖାଦେଇଛି ଉତ୍ତେଜନା ।  ସ୍କୁଲରେ ନାହାନ୍ତି ଶିକ୍ଷକ । ବିନା ପାଠପଢାରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ । ଅନ୍ୟପଟେ ପରୀକ୍ଷାରେ କପି କରିବାକୁ ବାଧ୍ୟ କରୁଛନ୍ତି ଶିକ୍ଷକ । ଏହାକୁ ବିରୋଧ କରି ବିଦ୍ୟାଳୟ ଗେଟରେ ତାଲା ପକେଇଛନ୍ତି ଅଭିଭାବକ । ଗତ କିଛି ଦିନ ହେବ ବିଦ୍ୟାଳୟରେ ସଂସ୍କୃତ ସମେତ ବିଭିନ୍ନ ବିଭାଗରେ ଶିକ୍ଷକ ନାହାନ୍ତି । ସେପଟେ ଏହି ସମସ୍ୟା ସମ୍ପର୍କରେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଶିକ୍ଷକ ନିୟୋଜିତ ହୋଇନାହାନ୍ତି ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଫେଇ ଦେଇଛନ୍ତି ।

ସ୍କୁଲରେ ଶିକ୍ଷକ ଅଭାବକୁ ନେଇ ଦେଖାଦେଇଥିବା ସମସ୍ୟାକୁ ନେଇ ଏପରି ଏକ ନିଆରା ପ୍ରତିବାଦ କରିଛନ୍ତି ପ୍ରହଲ୍ଲାଦ ଚନ୍ଦ୍ର ବ୍ରହ୍ମଚାରୀ ଉଚ୍ଚ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ । ପୂର୍ବରୁ ଛାତ୍ରଛାତ୍ରୀମାନେ ଅନେକ ଥର ଶିକ୍ଷକ ପାଇଁ ଦାବି କରି ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରି ନାହିଁ । ତେଣୁ ପରୀକ୍ଷା ଖାତାରେ ଏଭଳି ଉତ୍ତର ଲେଖି ବାର୍ଷିକ ପରୀକ୍ଷା ପୂର୍ବରୁ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି ଦେବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଏଥି ସହିତ ଅଭିଭାବକ ମାନେ ମଧ୍ୟ ସ୍କୁଲରେ ପହଞ୍ଚି ଶିକ୍ଷକ ନିଯୁକ୍ତି ପାଇଁ ଦାବି କରିଛନ୍ତି ।

Leave A Reply

Your email address will not be published.