Latest Odisha News

BREAKING NEWS

ବିଶ୍ବର ସବୁଠୁ ସୁନ୍ଦରରାଣୀଙ୍କ ରହସ୍ୟମୟୀ କାହାଣୀ: ମୃତ୍ୟୁ ପରେ ବି ଛାଡିନଥିଲେ ଲୋକ

ନୂଆଦିଲ୍ଲୀ : ବିଶ୍ବର ସବୁଠୁ ସୁନ୍ଦରରାଣୀଙ୍କ ରହସ୍ୟମୟୀ କାହାଣୀ  । ମୃତ୍ୟୁ ପରେ ବି ଛାଡିନଥିଲେ ଲୋକ । ଇତିହାସରେ ଏହିପରି ଅନେକ ସୁନ୍ଦରୀ ରାଣୀଙ୍କ ବିଷୟରେ ଆପଣମାନେ ନିଶ୍ଚୟ ପଢିଥିବେ । ହେଲେ ଆଜି ଆମେ ଏପରି ଜଣେ ରାଣୀଙ୍କ ବିଷୟରେ କହିବାକୁ ଯାଉଛୁ  । ଯାହାକୁ ସୌନ୍ଦର୍ଯ୍ୟର ଦେବୀ କୁହାଯାଏ  । ଅନେକ ରାଣୀଙ୍କ ବିଷୟରେ ଣୁଣିଥିବେ । ମାତ୍ର ବିଶ୍ବର ଏମିତି ଜଣେ ରାଣୀ ଅଛନ୍ତି  । ଯେକି ଖୁବ୍ ସୁନ୍ଦର । ତାଙ୍କୁ କେବଳ ସୁନ୍ଦରୀ ଭାବରେ ଗଣନା କରାଯାଏନାହିଁ ।

ତାଙ୍କ ଜୀବନ ମଧ୍ୟ ବେଶ୍ ରହସ୍ୟମୟ । ଯାହା ଆଜି ବି ସମସ୍ତେ ଜାଣିବା ପାଇଁ ଚାହାଁନ୍ତି । ଏମିତି ଜଣେ ରାଣୀ ଥିଲେ ମିଶରରେ । ରାଜକୁମାରୀ କ୍ଲିୟୋପେଟ୍ରାଙ୍କୁ ସୌନ୍ଦର୍ଯ୍ୟର ଦେବୀ କୁହାଯାଏ । କ୍ଲିୟୋପେଟ୍ରା ଯେତିକି ସୁନ୍ଦର ଥିଲେ ତାଠାରୁ ଅଧିକ ଚତୁର ଏବଂ ଷଡଯନ୍ତ୍ରକାରୀ ଥିଲେ । ତାଙ୍କ ପିତାଙ୍କ ଦେହାନ୍ତ ପରେ ମାତ୍ର ୧୪ ବର୍ଷ ବୟସରେ କ୍ଲିୟୋପେଟ୍ରା ଏବଂ ଭାଈ ଟୋଲେମୀ ଡିଓନିସସ୍ ମିଳିତ ଭାବେ ରାଜ୍ୟ ସମ୍ଭାଳୁଥିଲେ । ଭାଈଙ୍କ ହାତରେ ରାଜ୍ୟ ଠିକରେ ଚାଲିଲାନାହିଁ । ସିରିଆର ଶରଣ ନେବାକୁ ପଡିଲା ।

କିନ୍ତୁ ରାଜକୁମାରୀ ନିଜେ ସାହାସ ଛାଡିନଥିଲେ । ରୋମର ଶାସକ ଜୁଲିୟସ୍ ସିକରଙ୍କୁ ନିଜର ମୋହରେ ଫସାଇ କ୍ଲିୟୋପେଟ୍ରା ମିଶର ଉପରେ ଆକ୍ରମଣ କରିଥିଲେ । କ୍ଲିୟୋପେଟ୍ରାଙ୍କ ମୃତ୍ୟୁ ସହିତ ଏକ ବିଶେଷ ରହସ୍ୟ ଲୁଚି ରହିଛି । ରୋମାନ ସାମ୍ରାଜ୍ୟର ପ୍ରଥମ ସମ୍ରାଟ ଅଗଷ୍ଟସ୍ କ୍ଲିୟୋପେଟ୍ରାଙ୍କ ପରାଜୟ ପରେ ତାଙ୍କ ଶାସନ ପ୍ରତିଷ୍ଠା କରିଥିଲେ । ଏହା ସ୍ପଷ୍ଟ କରେ ଯେ ସେ ତାଙ୍କ ପ୍ରେମ ପାଇଁ ମରିନାହାନ୍ତି  । ଲଜ୍ଜାଜନକ ଏବଂ ଅସହହାୟ ହେବାର ହିଂସା ଭୋଗିବା  ପରିବର୍ତ୍ତେ କ୍ଲିୟୋପେଟ୍ରା ମୃତ୍ୟୁକୁ ବାଛିଥିଲେ ।

ଅନେକ କାହାଣୀରେ କୁହାଯାଇଛି ଯା ସେ ଏତେ ସୁନ୍ଦରୀ ଥିଲେ ଯେ ମୃତ୍ୟୁ ପରେ ମଧ୍ୟ ତାଙ୍କ ଶରୀରକୁ ଛାଡିନଥିଲେ ଲୋକ  । କବରରୁ ବାହାର କରି ତାଙ୍କ ମୃତ ଶରୀର ସହ ଦୁଷ୍କର୍ମ କରିଥିଲେ ଅନେକ ଲୋକ  । କିନ୍ତୁ ତାହାର ବାସ୍ତବତା କେବେ ସାମ୍ନାକୁ ଆସିନି । ଆଜି ବି କ୍ଲିୟୋପେଟ୍ରା ଏକ ରହସ୍ୟମୟୀ ମହିଳା ଭାବରେ ଇତିହାସ ପୃଷ୍ଠାରେ ରହିଛନ୍ତି । ଯାହାଙ୍କ ରହସ୍ୟ ଆଜି ବି  ସମସ୍ତଙ୍କ ପାଇଁ ଅଛପା ।

Leave A Reply

Your email address will not be published.