Latest Odisha News

ପୃଥିବି ତଳେ ରହିଛି ଦ୍ଵିତୀୟ ଦୁନିଆ, ବୈଜ୍ଞାନିକଙ୍କୁ ମିଳିଲା ପାତାଳ ଲୋକ, ଯେଉଁଠାରେ ବସବାସ କରୁଛନ୍ତି ଅଜବ ଜୀବ

ନୂଆଦିଲ୍ଲୀ: ଆମ ଶାସ୍ତ୍ରରେ ଆକାଶ ଠାରୁ ଆରମ୍ଭ କରି ପାତାଳ ଲୋକ ପର୍ଯ୍ୟନ୍ତ ସବୁକିଛି ବର୍ଣ୍ଣନା କରାଯାଇଛି । ଶାସ୍ତ୍ର ଅନୁସାରେ ଆକାଶ ଦେବତାଙ୍କ ବାସସ୍ଥଳ ହୋଇଥିବା ବେଳେ ପାତାଳ ରାକ୍ଷାସ ମାନଙ୍କର ବାସସ୍ଥଳ । ତେବେ କଣ ଆପଣମାନେ କେବେ ପ୍ରକୃତରେ ପାତାଳଲୋକ ଦେଖିଛନ୍ତି ? ତେବେ ଆମ ପୃଥିବିରେ ଏପରି ଏକ ସ୍ଥାନ ଅଛି ଯାହା ପାତାଳ ଲୋକଠୁ କମ୍ ନୁହେଁ । ଆଜ୍ଞା ହଁ ଆମେ କହୁଛୁ ଭିଏତନାମରେ ଅବସ୍ଥିତ ହଙ୍ଗ ସୋନ ଡୁଙ୍ଗ ଗୁମ୍ଫା ବିଷୟରେ । ଯାହାକୁ ପୃଥିବିର ପାତାଳ ଲୋକ ବୋଲି କୁହାଯାଏ ।

BjdElectrycity

ଏହି ଗୁମ୍ଫା ଭୁମି ଠାରୁ ୨୬୨ ମିଟର ଗଭୀରରେ ଅବସ୍ଥିତ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଗୁମ୍ଫା ଭିତରେ ଘଞ୍ଚ ଜଙ୍ଗଲ ଠାରୁ ଆରମ୍ଭ କରି ନଦୀ ପର୍ଯ୍ୟନ୍ତ ସମସ୍ତ ପ୍ରାକୃତିକ ପରିବେଶ ରହିଛି । ତେଣୁ ଏହାକୁ ଦ୍ଵିତୀୟ ଦୁନିଆ କୁହାଯାଏ । ଦେଖିବାକୁ ଗଲେ ତ ଏହି ଗୁମ୍ଫାକୁ ୧୯୯୦ ମସିହାରେ ହୋ ଖାନ ନାମକ ଜଣେ ଚାଷୀ କାଠ ସଂଗ୍ରହ କରୁଥିବାବେଳେ ପାଇଥିଲେ । କିନ୍ତୁ ୧୫ ବର୍ଷ ପୂର୍ବେ ଅର୍ଥାତ୍ ୨୦୦୯ ରେ, ବ୍ରିଟିଶ୍ କେଭର୍ସମାନେ ପ୍ରଥମ ଥର ପାଇଁ ଏହା ଭିତରେ ପ୍ରବେଶ କରି ସବିଶେଷ ସୂଚନା ସଂଗ୍ରହ କରିବା ଆରମ୍ଭ କଲେ | ସେ ଜାଣିବାକୁ ପାଇଲେ ଯେ ଏହି ଗୁମ୍ଫା ଭିତରେ ଅନେକ ଗଭୀର ରହସ୍ୟ ଲୁଚିରହିଛି ।

୨୦୧୩ ଶେଷ ଆଡକୁ ଏହି ଗୁମ୍ଫା ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଥିଲା । ଯେଉଁମାନେ ଦୁଃସାହସିକ କାର୍ଯ୍ୟକୁ ପସନ୍ଦ କରନ୍ତି, ସେମାନେ ଭିଏତନାମର ହଙ୍ଗ ସୋନ ଡୁଙ୍ଗରେ ପହଞ୍ଚିବା ପାଇଁ ୨ ମାଇଲ ରାସ୍ତା ଅତିକ୍ରମ କରି ଏଠାରେ କ୍ୟାମ୍ପ ଲଗେଇଥାନ୍ତି । ଏହି ଗୁମ୍ଫା ୬୬୦ ଫୁଟ ଉଚ୍ଚ, ୫୦୦ ଫୁଟ ଚଉଡା ଏବଂ ତିନି ମାଇଲ (୪.୮୨ କିଲୋମିଟର) ଲମ୍ବ । ଏହି ଗୁମ୍ଫାରେ ଥିବା ଦୁଇଟି ବିରାଟ ଖାଲ ଦେଇ ସୂର୍ଯ୍ୟକିରଣ ପ୍ରବେଶ କରିଥାଏ । ଏହି ଗୁମ୍ଫା ଭିତରେ ନିଜସ୍ୱ ନଦୀ, ଜଙ୍ଗଲ ଏବଂ ବାଦଲ ଅଛି ଏବଂ ଏହି ଜଙ୍ଗଲ ଭିତରେ ମାଙ୍କଡମାନେ ମଧ୍ୟ ଦେଖାଯାଆନ୍ତି । ଏହି ଗୁମ୍ଫାରେ ପବନ ଏବଂ ଶବ୍ଦ ବାହ୍ୟ ଫାଟକ ପର୍ଯ୍ୟନ୍ତ ଶୁଣାଯାଏ। ତେବେ ଏଠାକୁ ଯିବାକୁ ଏକ ଟିକେଟ୍ ଅଛି, ଯାହାର ଚାର୍ଜ ପ୍ରାୟ ୨ ଲକ୍ଷ ଟଙ୍କା।

 

Leave A Reply

Your email address will not be published.