Latest Odisha News

BREAKING NEWS

ପ୍ରସାଦରେ ବଣ୍ଟାଯାଏ ବହି , କଲମ, ସିଡି, ଡିଭିଡି

ନୂଆଦିଲ୍ଲୀ : ହିନ୍ଦୁ ଧର୍ମରେ ଅନେକ ମନ୍ଦିର ରହିଛି  । ଅନେକ ମନ୍ଦିର ତାର ଧର୍ମ , ପରମ୍ପରାକୁ ନେଇ ଜଣାଶୁଣା ତ ଆଉ କିଛି ତାର କଳା ନୌପୁଣ୍ୟ । ଆପଣ ମାନେ ଜାଣିଥିଲେ ଭଗବାନଙ୍କ ନିକଟରେ ଆମେ ବିଭିନ୍ନ ପ୍ରକାରର ଫଳମୂଳ ଆଦି ଅର୍ପଣ କରିଥାଉ  । ଅଧିକାଂଶ ମନ୍ଦିରର ସ୍ବତନ୍ତ୍ର ପ୍ରସାଦ ରହିଛି । ଯାହା ଖୁବ୍ ପ୍ରସିଦ୍ଧ ମଧ୍ୟ । କିନ୍ତୁ ଆଜି ଆମେ ଏପରି ମନ୍ଦିର ବିଷୟରେ କହିବାକୁ ଯାଉଛୁ । ଯେଉଁଠି କିଛି ନିଆରା ପ୍ରସାଦ ମିଳିଥାଏ  । ଏହା  ବିଦେଶ ନୁହେଁ , ଭାରତରେ ହିଁ ଅବସ୍ଥିତ  । ଆସନ୍ତୁ ଜାଣିବା ସେଭଳି କିଛି ସ୍ୱତନ୍ତ୍ର ମନ୍ଦିର ବିଷୟରେ ।

ତ୍ରୀଶୁରର ମଝୁବନଚେରୀରେ ଥିବା ମହାଦେବ ମନ୍ଦିର । ଏଠାକୁ ଯେଉଁମାନେ ଭଗବାନଙ୍କୁ ଦର୍ଶନ ଲାଗି ଆସନ୍ତି  । ସେମାନଙ୍କୁ ପ୍ରସାଦରେ ନଡିଆ , ଫଳମୂଳ ଆଦି ଦିଆଯାଏନି  । ପ୍ରସାଦ ରୂପରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ରହିଥାଏ ପାଠ୍ୟପୁସ୍ତକ, ଡିଭିଡି,ସିଡି ଓ ଲେଖିବା ସାମଗ୍ରୀ  ।  ମନ୍ଦିର ଟ୍ରଷ୍ଟର କହିବା ଅନୁଯାୟୀ , ଏପରି ପ୍ରସାଦ ହେବାର କାରଣ, ଜ୍ଞାନ ବଣ୍ଟନ କରିବା ସବୁଠାରୁ ଉତ୍ତମ।
ସେହିପରି ପଲାନି ପାହାଡରେ ରହିଛି ପ୍ରଭୁ ମୁରୁଗନଙ୍କ ମନ୍ଦିର  । ଏହାର ବିଶେଷ ପ୍ରସାଦ ପାଇଁ ଏହି ମନ୍ଦିର ବେଶ୍ ଲୋକପ୍ରିୟ। ପାଞ୍ଚଟି ଫଳ, ଗୁଡ ଏବଂ ମିଶ୍ରି ଏଠାରେ ଭୋଗ ଲଗାଯାଏ। ଏହା ପଞ୍ଚାମୃତ ନାମରେ ଜଣାଶୁଣା।

ତିରୁଅନନ୍ତପୁରମ୍‌‌ ନିକଟ ଅମ୍ବାଲାପୁଝାରେ ସ୍ଥିତ ଶ୍ରୀକୃଷ୍ଣଙ୍କ ମନ୍ଦିର । ଏଠାରେ ଶ୍ରଦ୍ଧାଳୁ ମାନଙ୍କୁ କ୍ଷୀରୀ ପ୍ରସାଦ ବଣ୍ଟାଯାଏ। ଏହା କ୍ଷୀର, ଚିନି ଏବଂ ଚାଉଳରୁ ତିଆରି। ଅଲାଗର ମନ୍ଦିର ନାମରେ ଲୋକପ୍ରିୟ ଏହି ମନ୍ଦିର ମଦୁରାଇ ଠାରୁ ୨୧ କିଲୋମିଟର ଦୂରରେ ସ୍ଥିତ। ଏହି ମନ୍ଦିର ଭଗବାନ ବିଷ୍ଣୁଙ୍କୁ ସମର୍ପିତ। ଏଠାରେ ଭକ୍ତଙ୍କୁ ପ୍ରସାଦ ରୂପରେ ଦୋସା ବଣ୍ଟନ କରାଯାଏ। ଏହାର କାରଣ ହେଉଛି, ଏଠାରେ ଭକ୍ତଙ୍କ ଦ୍ୱାରା ଭଗବାନଙ୍କ ନିକଟରେ ପ୍ରସାଦ ଭାବେ ବିଭିନ୍ନ ପ୍ରକାର ଶସ୍ୟ ଅର୍ପଣ କରାଯାଏ। ଏହି ଶସ୍ୟକୁ ବ୍ୟବହାର କରି ସତେଜ ସ୍ୱାଦିଷ୍ଟ ଦୋସା ପ୍ରସ୍ତୁତ କରାଯାଇ ପ୍ରସାଦ ରୂପେ ବଣ୍ଟାଯାଏ।

Leave A Reply

Your email address will not be published.