Latest Odisha News

ଶ୍ରୀବଳଦେବ ଜୀଉଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଘୋଷଣା କଲେ ୨କୋଟି ଟଙ୍କାର ପ୍ରକଳ୍ପ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ କେନ୍ଦ୍ରାପଡ଼ା ଗସ୍ତରେ ଯାଇ ଶ୍ରୀ ବଳଦେବ ଜୀଉଙ୍କ ଦର୍ଶନ କରିଛନ୍ତି । ଆଜି ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀଜୀଉମାନେ ସ୍ନାନମଣ୍ଡପରେ ପୂଜା ପାଉଛନ୍ତି । ମୁଖ୍ୟମନ୍ତ୍ରୀ ସ୍ନାନ ମଣ୍ଡପରେ ଠାକୁରମାନଙ୍କୁ ଦର୍ଶନ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀବଳଦେବ ଜୀଉ ମନ୍ଦିର ଓ ଏହାର ପାରିପାଶ୍ୱର୍ିକ ଉନ୍ନତି ଲାଗି ୨ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି । ସେଥିରେ ଠାକୁରଙ୍କ ଝୁଲଣ ମଣ୍ଡପର ପୁନରୁଦ୍ଧାର, ସାଆନ୍ତ ସାହିଠାରେ ଶ୍ରୀବଳଦେବ ଜୀଉ କଲ୍ୟାଣ ମଣ୍ଡପ ନିର୍ମାଣ, ମନ୍ଦିରର ଉତ୍ତର ପାଶ୍ୱର୍ରେ ପ୍ରାଚୀର ନିର୍ମାଣ, ବିବାହ ମଣ୍ଡପ ନିକଟରେ ଶୌଚାଳୟ ନିର୍ମାଣ ଓ ଗଭୀର ନଳକୂପ ଓ ଓଭରହେଡ୍ ଟ୍ୟାଙ୍କ ଜରିଆରେ ୨୪ ଘଣ୍ଟିଆ ଜଳଯୋଗାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.