Latest Odisha News

BREAKING NEWS

ବସ୍ତି ଉଚ୍ଛେଦକୁ ନେଇ ରାଉରକେଲାରେ ଉତ୍ତେଜନା, ମହିଳାଙ୍କ ଆତ୍ମହୁତି ଉଦ୍ୟମ

ରାଉରକେଲା: ପ୍ରଥମେ ଥଇଥାନ କର ପରେ ଉଚ୍ଛେଦ କରିବ । ରାଉରକେଲାରେ ବସ୍ତି ଉଚ୍ଛେଦ ବେଳେ ଉତ୍ତେଜନା ପ୍ରକାଶ ପାଇଛି । ବସ୍ତି ଉଚ୍ଛେଦକୁ ବିରୋଧ କରି ପିଲାଠୁ ବୁଢ଼ା ଏକାଠି ହୋଇଛନ୍ତି । ପ୍ରବଳ ବିରୋଧ ଉତ୍ତେଜନା ଭିତରେ ପ୍ରଶାସନ ରାଉରକେଲାର ଗଣେଣ ବସ୍ତିରେ ବୁଲଡୋଜର ବୁଲାଇଛି ପ୍ରଶାସନ ।

ରାଉରକେଲା ସେକ୍ଟର-୧୮ ନିକଟ ଗଣେଶ ବସ୍ତି ଉଚ୍ଛେଦ ଲାଗି ୩ ମାସ ତଳେ ନୋଟିସ୍ ଦିଆ ଯାଇଥିଲା । ସେହି ସ୍ଥାନର ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଉନ୍ନତିମୂଳକ କାର୍ଯ୍ୟ ହେବାର ଅଛି । ହେଲେ ନୋଟିସ୍ ସତ୍ତ୍ୱେ ବସ୍ତି ବାସିନ୍ତା ଜାଗା ନ ଛାଡ଼ିବା ସହ ପ୍ରଥମେ ଥଇଥାନ କରି ପରେ ଉଚ୍ଛେଦ ପାଇଁ ଅଡ଼ି ବସିଥିଲେ ।

ଗଣେଶ ବସ୍ତି ଉଚ୍ଛେଦ ବେଳେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ବସ୍ତିବାସିନ୍ଦାଙ୍କୁ ସମର୍ଥନ କରି ମୁକ୍ତିକାନ୍ତ ବିଶ୍ୱାଳ ବିରୋଧ କରିଥିବା ବେଳେ ୨ ଜଣ ମହିଳା ଆତ୍ମାହୁତି ଉଦ୍ୟମ କରିଥିଲେ । ପୋଲିସ ମୁକ୍ତିକାନ୍ତଙ୍କ ,ହ ୨ ମହିଳାଙ୍କୁ ଅଟକ ରଖିଛି । ଉକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାରୁ ୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Leave A Reply

Your email address will not be published.