Latest Odisha News

BREAKING NEWS

‘ମୋ ବସ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦର ଠାରେ ‘ମୋ ବସ ସେବା’ ର ଶୁଭ ଉଦଘାଟନ କରିଛନ୍ତି । କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ସଂସ୍ଥା ଦ୍ୱାରା ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଏହି ବସ ସେବା କାର୍ଯ୍ୟକ୍ରମ ଆରମ୍ଭ କରି ସାଧାରଣ ଯାତ୍ରୀଙ୍କ ସହିତ ବସରେ ବସି ବିଧାନସଭା ଆସିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ଯାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ ଏବଂ ଯାତ୍ରୀମାନେ ତାଙ୍କ ସହିତ ସେଲଫି ଉଠାଇଥିଲେ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଯାତ୍ରା ସମୟରେ କୌଣସି ସୁରକ୍ଷାକର୍ମୀ ବସରେ ଉପସ୍ଥିତ ନଥିଲେ ।

ବିଧାନସଭାରେ ପହଞ୍ଚି ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି “ ମୋ ବସ କାର୍ଯ୍ୟକ୍ରମରେ କଟକ, ଭୁବନେଶ୍ୱର ଓ ପୁରୀରେ ୩୦୦ଟି ବସ ଚାଲିବ । ଆଜି ୧୦୦ରୁ ଅଧିକ ବସ୍ସେବା ଆରମ୍ଭ ହୋଇଛି । ଏଥିସହିତ ଯୁବପିଢିଙ୍କୁ ଆକୃଷ୍ଟ କରିବା ପାଇଁ ବସଗୁଡ଼ିକରେ ଓ୍ଵାଇଫାଇ ସେବା ସହିତ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି । ଯାତ୍ରୀଙ୍କ ସୁବିଧା ପାଇଁ ଅନଲାଇନ ଟିକେଟ ବ୍ୟବସ୍ଥା ଓ ବିଭିନ୍ନ ଜରୁରୀ ସୂଚନା ପାଇଁ ମୋବାଇଲ ଆପର ମଧ୍ୟ ବ୍ୟବସ୍ଥା କରାଯାଇଛି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଏହି ବସ ଗୁଡିକରେ କଣ୍ଡକ୍ଟର ମାନଙ୍କୁ ବସ ଗାଇଡ ବୋଲି କୁହାଯିବ ଏବଂ ବସ ଗାଇଡରେ ୫୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ଦିଆଯିବ । ଏଥିସହିତ ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ଦିଆଯିବ ।

Leave A Reply

Your email address will not be published.