Latest Odisha News

BREAKING NEWS

ଅଜିତ ଦାଶଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ଭୁୁବନେଶ୍ୱର: ଓଲିଉଡର ବର୍ଷିଆନ୍ ଅଭିନେତା ଅଜିତ ଦାଶଙ୍କ ଆଜି ପରଲୋକ ହୋଇଛି । ୭୧ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେ କହିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଜଣେ ନିର୍ଦ୍ଦେଶକ ଓ ବହୁ ପ୍ରତିଭା ଅଭିନେତା ଭାବେ ସେ ଏକ ଅଲିଭା ଛାପ ଛାଡି ଯାଇଛନ୍ତି । ଅଜିିତ ଦାଶ ଛାଡି ଯାଇଥିବା ସ୍ଥାନ ପୂରଣ ହେବା ପାଇଁ ବହୁ ବର୍ଷ ଲାଗିଯିବ । ସେ ଆମକୁ ଛାଡି ଚାଲିଯାଇଛନ୍ତି ସତ କିନ୍ତୁ ଚଳଚ୍ଚିତ୍ର ପ୍ରେମୀଙ୍କ ହୃଦୟରେ ଅଜିତ ଦାଶ ସବୁ ବେଳେ ଅମର ହୋଇ ରହିବେ । ଏଥିସହ ନବୀନ ତାଙ୍କ ଶୋକ ସନ୍ତପ୍ତ ପରିବାରବର୍ଗ ପ୍ରତି ସମବେଦନା ଜଣାଇଛନ୍ତି ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ‘ତାଙ୍କ ମୃତ୍ୟୁରେ ଓଡିଆ ସିନେ ଜଗତରେ ଏକ ଯୁଗର ଅନ୍ତ ଘଟିଲା । ବହୁ ଦଶନ୍ଧି ଧରି ସେ ଦର୍ଶକଙ୍କୁ ନିଜ କଳାର ଯାଦୁରେ ବାନ୍ଧି ରଖିଥିଲେ । ଅଜିତଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି ଧର୍ମେନ୍ଦ୍ର ।

ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ଅଜିତ ଦାଶଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଚଳଚ୍ଚିତ୍ରରେ ତାଙ୍କ ନିପୂଣ ଅଭିନୟ ଆଜି ମଧ୍ୟ ଦର୍ଶକମାନଙ୍କ ମନରେ ତାଙ୍କ ପ୍ରତି ଏକ ସ୍ୱତନ୍ତ୍ର ଭଲ ପାଇବା ରହିଛି । ପ୍ରଭୁ ଜଗନ୍ନାଥଙ୍କ ପାଖରେ ସେ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ଏଥିସହ ସେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.