Latest Odisha News

କଲରାପତରିଆ ବାଘ ଛାଲ ଜବତ; ୪ ଅଟକ

ନବରଙ୍ଗପୁର: ନବରଙ୍ଗପୁରରୁ ଶନିବାର ଦିନ ବନ ବିଭାଗ କର୍ମଚାରୀ କଲରାପତରିଆ ବାଘ ଛାଲ ଜବତ କରିଛନ୍ତି । ଏଥିସହିତ ଘଟଣାରେ ସମ୍ପୃକ୍ତି ନେଇ ୪ ଜଣଙ୍କୁ ଗିରଫ କରାଯାଇଛି।

ଗଣମାଧ୍ୟମକୁ ସୂଚନା ଦେଇ ୱାଇଲ୍ଡଲାଇଫ୍ ପିସିସିଏଫ୍ ହରି ଶଙ୍କର ଉପାଧ୍ୟାୟ କହିଛନ୍ତି ଯେ ନବରଙ୍ଗପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ସେକ୍ସନର ବନ ଅଧିକାରୀଙ୍କ ଏକ ଟିମ୍ ନନ୍ଦାହାଣ୍ଡି ନିକଟରେ ଦୁଇଟି ବାଇକକୁ ଅଟକାଇବା ସହ ସେମାନଙ୍କ ପାଖରୁ ୩ଟି ବାଘ ଛାଲ ଜବତ କରିଥିଲା ।

ଶ୍ରୀ ଉପାଧ୍ୟାୟ ଆହୁରି ମଧ୍ୟ କହିଛନ୍ତି ଯେ ବନ ବିଭାଗ କର୍ମଚାରୀ ସେମାନଙ୍କ ଠାରୁ ୨ଟି ବାଇକ ଓ ଦୁଇଟି ମୋବାଇଲ ଫୋନ୍ ଜବତ କରିଛନ୍ତି ।

ତେବେ ଗିରଫ ଯୁବକ ମାନଙ୍କୁ ପଚରାଉଚରା ଜାରି ରହିଥିବା ନେଇ ସୂଚନା ମିଳିଛି ।

 

 

Comments are closed.