Latest Odisha News

BREAKING NEWS

ବିଧାନସଭା ଆସିବେନି ନବୀନ ଓ ୨ ପ୍ରଫୁଲ୍ଲ, ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଭିସିରେ ରହିବେ

ଭୁବନେଶ୍ୱର: ବିଧାନସଭାର ଶୀତ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି । ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଉପସ୍ଥିତ ଥିଲେ । ଆଗକୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରିବେ । ନବୀନଙ୍କ ସହ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ପ୍ରଫୁଲ୍ଲ ସାମଲ ମଧ୍ୟ ଭିସି ଜରିଆରେ ଭାଗ ନେବେ ।

ସ୍ୱାସ୍ଥ୍ୟଗତ କାରଣରୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଫୁଲ୍ଲ ମଲ୍ଲିକ ଓ ପ୍ରଫୁଲ୍ଲ ସମାଲ ଭିଡିଓ କନଫରେନ୍ସିଂରେ ସାମିଲ୍ ହେବେ ବୋଲି କୁହାଯାଇଛି । ଏନେଇ ସେମାନେ ବିଧାନସଭା ବାଚସ୍ପତିଙ୍କୁ ମଧ୍ୟ ଅବଗତ କରାଇଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଭିସିରେ ଭାଗନେଇପାରିବେ କହିଥିଲେ ବାଚସ୍ପତି ।

ଆଜି ଶୀତ ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଗୃହକୁ ଆସିଥିଲେ ବେଳେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ପ୍ରଫୁଲ୍ଲ ସାମଲ ମଧ୍ୟ ଭିସି ଜରିଆରେ ସାମିଲ୍ ହୋଇଥିଲେ ।

Leave A Reply

Your email address will not be published.