Latest Odisha News

BREAKING NEWS

ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୁଲତବି ରହିଲା ବିଧାନସଭା

ଭୁବନେଶ୍ୱର: ଆଜିଠୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି । ଶୀତ ଅଧିବେଶନର ପ୍ରଥମ ଦିନରେ ଗୃହକୁ ସନ୍ଧ୍ୟା ୫ଟା ଯାଏ ମୁଲତବି ରଖିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଅଧିବେଶନ ଆରମ୍ଭରେ ଗୃହର ନେତା ମୁଖ୍ୟମନ୍ତ୍ରୀ ୨ ଜଣ ପୂର୍ବତନ ମନ୍ତ୍ରୀ, ବିରୋଧୀ ଦଳ ଉପନେତା ଏବଂ ୩ ଜଣ ପୂର୍ବତନ ବିଧାୟକଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଣିଥିଲେ ।

ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହା, ଗୋଲକ ବିହାରୀ ନାୟକ ଏବଂ ବିରୋଧୀ ଦଳ ଉପ ନେତା ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗରେ ଗୃହରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ଏହା ପରେ ବିଧାନସଭାକୁ ବାଚସ୍ପତି ସନ୍ଧ୍ୟା ୫ଟା ଯାଏ ମୁଲତବି ରଖିଛନ୍ତି ।

ଆଜି ଅଧିବେଶନ ଆରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବସିଥିଲା । ଦଳ ବିଧାନସଭାରେ କେନ୍ଦ୍ରୀୟ ଅବହେଳା, ଫସଲ ବୀମା, ଏମଏସପି, ଜାତୀୟ ରାଜପଥ ପ୍ରସଙ୍ଗ ଉଠାଇବ ବୋଲି ନିଷ୍ପତ୍ତି ନେଇଛି ।

ଚଳିତ ବିଧାନସବା ଶୀତ ଅଧିବେଶନରେ କୋଭିଡ୍ କଟକଣା ନାହିଁ । ଆଜିଠାରୁ ଆରମ୍ଭ ହୋଇଥିବା ଶୀତ ଅଧିବେଶନରେ ୩୩ଟି କାର୍ଯ୍ୟ ଦିବସ ରହିଛି ।

Leave A Reply

Your email address will not be published.