Latest Odisha News

BREAKING NEWS

ଧନତେରାସରେ କିଣନ୍ତୁ ଏହିସବୁ ଜିନିଷ, ଘରକୁ ଆସିବ ସୁଖ ସମୃଦ୍ଧି !

ଭୁବନେଶ୍ୱର: ଆଗକୁ ଆସୁଛି ଧନତେରାସ । ଧନତେରାସର ଶୁଭ ମୁହୂର୍ତ୍ତରେ ଦ୍ରବ୍ୟ କିଣିଲେ ଶୁଭ ଓ ଲାଭ ହୋଇଥାଏ ବୋଲି ବିଶ୍ବାସ ରହିଛି।  ଆଜି ଆମେ ଆପଣଙ୍କୁ ଜଣାଇବୁ କାହିଁକି ପାଳନ କରାଯାଏ ଧନତେରାସ ଏବଂ ଏହି ଦିନ କଣ କିଣିବା ଉଚିତ ଓ ଅନୁଚିତ ।

କାହିଁକି ପାଳନ କରାଯାଏ ଧନତେରାସ:

ପୈାରାଣିକ ବିଶ୍ବାସ ଅନୁସାରେ ଧନତେରାସରେ କ୍ଷୀର ସାଗର ମନ୍ଥନ ହୋଇଥିଲା। ଏହି ଶୁଭ ତିଥିରେ ମା ଲକ୍ଷ୍ମୀ ଏବଂ ଧନପତି କୁବେର ସମୁଦ୍ର ମନ୍ଥନରୁ ଜନ୍ମ ହୋଇଥିଲେ।

ସାଧାରଣତଃ କାର୍ତ୍ତିକ ମାସ ତ୍ରୟୋଦଶ (୧୩) ଦିନ ଦୀପାବଳୀର ଦୁଇଦିନ ପୂର୍ବରୁ ଧନତେରାସ୍ ହୋଇଥାଏ।

ମା ଲକ୍ଷ୍ମୀ ଓ ମହାରାଜା କୁବେରଙ୍କ ଆର୍ବିଭାବ ତିଥି ଧନତେରାସ ହୋଇଥିବାରୁ ଏହି ଦିନ ସୁନା,ରୂପା,ବାସନ କ୍ରୟ କରିବା ଶୁଭ ବୋଲି କୁହାଯାଏ ।

ଧନତେରାସରେ କଣ କିଣିବା ଶୁଭ:

ଧନତେରାସକୁ ଧନ୍ବନ୍ତରୀ ତ୍ରୟୋଦଶୀ ମଧ୍ୟ କୁହାଯାଏ। ବିଶ୍ବାସ ରହିଛି ଯେ,ସାଗର ମନ୍ଥନ ବେଳେ ଧନ୍ବନ୍ତରୀ ଦେବ ହାତରେ କଳସ ଧରି ଆବିର୍ଭୁତ ହୋଇଥିଲେ। ଏଥିପାଇଁ ଧନତେରାସରେ ବାସନ ଖରିଦ କରିବା ଶୁଭ ବୋଲି ବିଚାର କରାଯାଇଥାଏ।

ପ୍ରାଚୀନ କାଳରେ ଏହିଦିନ ଲୋକମାନେ ନୂତନ ପାତ୍ରରେ କ୍ଷୀରୀ ରଖି ଭଗବାନ ଧନ୍ବନ୍ତରୀକୁ ଭୋଗ କରୁଥିଲେ। ଉତ୍ତମ ସ୍ବାସ୍ଥ୍ୟ କାମନାରେ ଏହି ପ୍ରସାଦକୁ ନିଜେ ସେବନ କରିବା ସହ ଲୋକଙ୍କ ମଧ୍ୟରେ ମଧ୍ୟ ଆବଣ୍ଟନ କରୁଥିଲେ।

ବିଶ୍ବାସ ରହିଛି ନିଷ୍ଠାର ସହ ପ୍ରଭୁ ଧନ୍ବନ୍ତରୀଙ୍କ ପୂଜା କଲେ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ। ଧନ୍ବନ୍ତରୀ ଦେବଙ୍କୁ ପିତ୍ତଳ ଅତ୍ୟନ୍ତ ପସନ୍ଦ।

ସେଥିପାଇଁ ଏହି ଦିନ ପିତ୍ତଳର ବାସନ କ୍ରୟ କରିବା ଶୁଭ ହୋଇଥାଏ। ସେହିଭଳି ଭଗବାନ କୁବେରଙ୍କ ପ୍ରିୟ ଧାତୁ ହେଉଛି ରୂପା।

ତେଣୁ ରୈାପ୍ୟ ପାତ୍ର ଖରିଦ ବା ରୈାପ୍ୟ ଦ୍ରବ୍ୟ କ୍ରୟ କଲେ ବିଶେଷ ଲାଭ ପ୍ରାପ୍ତ ହୋଇଥାଏ। ବିଶ୍ବାସ ରହିଛି ଯେ, ଏହି ଦିନ ରୈାପ୍ୟ ଦ୍ରବ୍ୟ କ୍ରୟ କଲେ ଯଶ,କୀର୍ତ୍ତି ଓ ଐଶ୍ବର୍ଯ୍ୟ ପ୍ରାପ୍ତ ହୋଇଥାଏ।

ମାତା ଲକ୍ଷ୍ମୀଙ୍କ ପ୍ରିୟ କଉଡ଼ି। ତେଣୁ ଏହି ଦିନ କଉଡ଼ି କ୍ରୟ କରିବା ସହ ଦୀପାବଳିରେ ଏହାକୁ ପୂଜା କରି ଟଙ୍କାବାକ୍ସରେ ରଖିଲେ ଧନାଗମ ହୋଇଥାଏ।

ପରିଷ୍କାର ପରିଛ୍ଛନ୍ନ ମାତା ଲକ୍ଷ୍ମୀଙ୍କର ଅତି ପସନ୍ଦ ହୋଇଥାଏ। ତେଣୁ ଏହି ଦିନ ଘର ଦ୍ବାର ପରିଷ୍କାର ପରିଛ୍ଛନ୍ନ ରଖିବା ବାଞ୍ଛନୀୟ। ଏପରିକି ଏହି ଦିନ ଝାଡ଼ୁ ଖରିଦ କଲେ ଶୁଭଫଳ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ଧନତେରାସରେ କଣ କିଣିବା ଅନୁଚିତ:

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧନତେରାସରେ ନୂଆ ଗାଡ଼ି କ୍ରୟ କରିବା ଅନୁଚିତ। ଏହି ଦିନ ରାହୁକାଳ ରହୁଥିବାରୁ ବାହନ କ୍ରୟ ଅଶୁଭ ବୋଲି ବିବେଚନା କରାଯାଏ।

ସେହିଭଳି ଧନତେରାସରେ ଚାକୁ, ଛୁରୀ, କଇଁଚି ଭଳି ଧାରୁଆ ଜିନିଷ କିଣିବା ମଧ୍ୟ ଅଶୁଭ ହୋଇଥାଏ। ସେହିଭଳି ସାଧାରଣତଃ ମାଙ୍ଗଳିକ କାର୍ଯ୍ୟ ଓ ପର୍ବପର୍ବାଣିରେ ଆମେ କଳାରଙ୍ଗ ବ୍ୟବହାର କରିନଥାଉ। ତେଣୁ ଧନତେରାସରେ ମଧ୍ୟ କଳାରଙ୍ଗର କୈାଣସି ଜିନିଷ ନକିଣିବା ଭଲ।

Leave A Reply

Your email address will not be published.