Latest Odisha News

BREAKING NEWS

ଆଜିଠୁ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ମରେ ଦିଲ୍ଲୀ ଅଭିମୁଖେ ବାହାରିବେ । ତିନି ଦିନର ରହଣି କାର୍ଯ୍ୟକ୍ରମ ରହିଛି । ଆଜି ସନ୍ଧ୍ୟା ସାଢ଼େ ୬ଟାରେ ବିବିସି ସ୍ପୋର୍ଟସ ଆଓ୍ୱାର୍ଡ ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ।

ଆସନ୍ତାକାଲି ସଂସଦର ସେଣ୍ଟ୍ରାଲ ହଲରେ ନେତାଙ୍କ ସହ କରିବେ ମୁଖ୍ୟମନ୍ତ୍ରୀ । ବିଜେଡି ସାଂସଦଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ବି ରହିଛି ।

ଏହାପରେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିପାରନ୍ତି ନବୀନ ପଟ୍ଟନାୟକ । ବୁଧବାର ଦିଲ୍ଲୀ ଗସ୍ତ ସାରି ଫେରିବେ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.