Latest Odisha News

BREAKING NEWS

ରୋମ ପରେ ଆଜିଠୁ ୟୁଏଇ ଭ୍ରମଣରେ ଯିବେ ନବୀନ

ଭୁବନେଶ୍ବର: ଦଶ ବର୍ଷ ପରେ ମୁଖ୍ୟମନ୍ତ୍ରୀ ବିଦେଶ ଭ୍ରମଣରେ ଯାଇଛନ୍ତି ।  ରୋମରେ ତୀର୍ଥସ୍ଥାନ ଭ୍ରମଣ କରିବା ସହ ପୋପଙ୍କୁ ଭେଟିବା ପରେ ଆଜିଠୁ ନବୀନଙ୍କ ସହ ତାଙ୍କ ଟିମ ର  ୟୁଏଇ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି । ଭ୍ରମଣର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ପଟ୍ଟନାୟକ ମଧ୍ୟ  ଦୁବାଇର ଆଖପାଖ ଅଞ୍ଚଳର ନିବେଶକମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । କୁହାଯାଉଛି  ନିବେଶକମାନଙ୍କୁ ଓଡ଼ିଶାରେ ନିବେଶ କରିବା ପାଇଁ  ନିମନ୍ତ୍ରଣ ପ୍ରଦାନ କରିବେ ନବୀନ। ବିଦେଶୀ ପୁଞ୍ଜି ନିବେଶ ପାଇଁ ଆଲୋଚନା କରିବାକୁ  ଓଡିଶାର ଏକ ଉଚ୍ଚ ସ୍ତରୀୟ ଶିଳ୍ପ ପ୍ରତିନିଧୀ ଶ୍ରୀ ପଟ୍ଟନାୟକଙ୍କ ସହ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।  ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, 5 ଟି ସଚିବ ଭି କେ ପାଣ୍ଡିଆନ୍ ମଧ୍ୟ ଅଛନ୍ତି । ନବୀନ ଜୁନ୍ 30 ସୁଦ୍ଧା ଫେରିବାର ସମ୍ଭାବନା ଅଛି  ।

Leave A Reply

Your email address will not be published.