Latest Odisha News

BREAKING NEWS

ଇଦ୍ ମୁବାରକ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପବିତ୍ର ଇଦ୍ ଉଲ୍ ଜୁହା । ଏହି ଅବସରରେ ମୁସଲମାନ ଭାଇ ଭଉଣୀମାନଙ୍କୁ ଟ୍ୱିଟ୍ କରି ଇଦ୍ ମୁବାରକ୍ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥି ସହ ସେ ଟ୍ୱିଟରେ ଲେଖିଛନ୍ତି ଯେ, ଇଦ୍ ଜୀବନରେ ସୁଖ ଆଣିବା ସହ ଶାନ୍ତି ବଜାୟ ରଖୁ ।

କରୋନା କଟକଣା ଜାରି ହୋଇଥିବାରୁ ମୁସଲମାନ ଭାଇଭଉଣୀମାନେ ଏଥର ଘରେ ରହି ଇଦ୍ ପାଳନ କରୁଛନ୍ତି । ନିଷ୍ପତ୍ତି ଅନୁସାରେ ମସଜିଦଗୁଡିକରେ କେବଳ ମୌଲବୀମାନେ ହିଁ ନମାଜ ପାଠ କରିଥିଲେ । ଅନ୍ୟମାନେ ସମୂହ ନମାଜ ପାଠ ନ କରି ଘରେ ନମାଜ ପାଠ କରିଛନ୍ତି । ମସ୍‌ଜିଦ ସାମ୍ନାରେ ଭିଡ ନ ଜମାଇବାକୁ ପୋଲିସ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.