Latest Odisha News

BREAKING NEWS

ମହଙ୍ଗା ପଡିଲା ୱାସିଂମେସିନ୍ ଓ ମାଇକ୍ରୋୱେଭରେ ଟଙ୍କା ସାନିଟାଇଜ୍ !

ଭୁବନେଶ୍ୱର: ଟଙ୍କାକୁ ବ୍ୟାଙ୍କରେ ରଖିବା ପ୍ରାୟତଃ ଲୋକଙ୍କର ନିୟମିତ ଅଭ୍ୟାସ । ହେଲେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ମୋଟା ଅଙ୍କର ଟଙ୍କା ନିଜ ପାଖରେ ରଖିବାକୁ ପସନ୍ଦ କରନ୍ତି । ତେବେ ଦକ୍ଷିଣ କୋରିଆରେ ଦୁଇ ଜଣ ବ୍ୟକ୍ତି ନିଜ ପାଖରେ ଥିବା ଟଙ୍କାକୁ ସାନିଟାଇଜ କରିବାକୁ ଯାଇ ଫସିଯାଇଛନ୍ତି ।

ସିଓଲର ଜଣେ ବ୍ୟକ୍ତି ନିଜ ପାଖରେ ଥିବା ପ୍ରୟା ୩ ଲକ୍ଷରୁ ଅଧକ ଟଙ୍କାକୁ କରୋନା ସଂକ୍ରମଣରୁ ରକ୍ଷାକରିବା ଲାଗି ସାନିଟାଇଜ କରିବାକୁ ଚିନ୍ତା କରିଥିଲେ । ଆଉ ଏଥିପାଇଁ ସେ କୌଣସି କେମିକାଲ୍ କି ସାନିଟାଇଜର୍ ନୁହେଁ ବରଂ ୱାସିଂ ମେସିନ୍‌ର ସାହାରା ନେଇଥିଲେ । ତେବେ ୱାସିଂ ମେସିନରେ ଟଙ୍କା ଧୋଇବା ସେହି ବ୍ୟକ୍ତିଙ୍କୁ ମହଙ୍ଗା ପଡିଥିଲା । ଟଙ୍କାଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ନ ହୋଇଥିଲେ ବି ଅଧିକାଂଶ ଅଚଳ ହୋଇପଡିଥିଲା ।

ସେହିଭଳି କିମ୍ ନାମକ ଜଣେ ବ୍ୟକ୍ତି ପ୍ରାୟ ୩୨କୋଟିରୁ ଅଧିକ ଟଙ୍କା ସାନିଟାଇଜ କରିବାକୁ ଯାଇ ମାଇକ୍ରୋୱେଭର ସାହାରା ନେଇଥିଲେ । ସେହି ବ୍ୟକ୍ତି ଜଣକ କିଛି ସମୟ ପରେ ନିଜ ଟଙ୍କାଗୁଡିକ ଜଳିବା ଦେଖି ସେଗୁଡିକୁ ବାହାର କରିନେଇଥିଲେ । ତଥାପି ସେହି ବ୍ୟକ୍ତିଙ୍କର ଏତେଟା କ୍ଷତି ହୋଇନଥିଲା ।

Leave A Reply

Your email address will not be published.