Latest Odisha News

BREAKING NEWS

କୋଏମ୍ବାଟୁରରେ କରୋନା ଦେବୀ ପୂଜା

କୋଏମ୍ବାଟୁର : କରୋନା ସ୍ଥିତି ଅଣାୟତ୍ତ ହୋଇ ପଡୁଛି । କରୋନା ମହାମାରୀ ବ୍ୟାପି ଚାଲିଥିବା ବେଳେ ବହୁ ଲୋକଙ୍କର ମୃତ୍ୟୁ ହେବାରେ ଲାଗିଛି । ଲୋକଙ୍କୁ ବିଭିନ୍ନ ପ୍ରକାରର ସାହାଯ୍ୟ ସହଯୋଗ ମିଳୁଥିବା ବେଳେ ସଚେତନ ରହିବାକୁ ପରାମର୍ଶ ଦିଆଯାଉଛି । ହେଲେ ବିଭିନ୍ନ ସ୍ଥାନରେ କିଛି ଅନ୍ଧ ବିଶ୍ୱାସ ବି ଦେଖିବାକୁ ମିଳିଛି । ଆଉ କିଛି ସ୍ଥାନରେ ଲୋକ ମହାମାରୀ ରୋକିବାକୁ ମଠ ମନ୍ଦିର ବି କରିବାକୁ ପଛାଉ ନାହାନ୍ତି ।

ସେମିତି ଏକ ଦୃଶ୍ୟ ତାମିଲନାଡୁ କୋଏମ୍ବାଟୁରରେ ଦେଖିବାକୁ ମିଳିଛି । ସେଠାରେ ଅଛି ପ୍ଲାଗ୍ ମାରିଆମାନ୍ ମନ୍ଦିର । ଲୋକମାନଙ୍କ ବିଶ୍ୱାସ ରହିଛି ମହାମାରୀ କି କୌଣସି ବଡ଼ ବିପଦ ଆସିଲେ ଦେବତା ଲୋକଙ୍କୁ ସୁରକ୍ଷା ଦିଅନ୍ତି । ତା ସହିତ ଏକ କଳା ପଥର ପ୍ରତିମାରେ ତିଆରି ହୋଇଛନ୍ତି କରୋନା ଦେବୀ ।

୪୮ ଦିନ ଯଜ୍ଞ ସହିତ ବେଶ ଧୁମଧାମରେ ସେଠରେ ଆୟୋଜିତ ହେଉଛି ପୂଜା । ଏହି ୪୮ଦିନ ପ୍ରାର୍ଥନା କରାଯିବା ସହିତ ମନ୍ଦିର ଭିତରକୁ ସେତିକି ଦିନ ପ୍ରବେଶ ଉପରେ କଟକଣା ଲଗାଯାଇଛି । କୋଭିଡ଼ ସମୟରେ ସଙ୍କଟରୁ ରକ୍ଷା ପାଇବାକୁ କରୋନା ଦେବୀଙ୍କ ମନ୍ଦିରରେ ପୂଜା ସହିତ ଲୋକଙ୍କ ରହିଛି ବିଶ୍ୱାସ । ମହାମାରୀରୁ ଦେବୀ କରୋନା ରକ୍ଷା କରିବେ ।

Leave A Reply

Your email address will not be published.