Latest Odisha News

BREAKING NEWS

ଥରୁଛି ସାରା ଦେଶ, ଦିଲ୍ଲୀଠୁ ଲାକ୍ଷାଦ୍ୱୀପ ଶୀତର ପ୍ରକୋପ

ନୂଆଦିଲ୍ଲୀ: ଶୀତରେ ଥରୁଛି ଭାରତ । ରାଜଧାନୀ ଦିଲ୍ଲୀ  ସମେତ ଉତ୍ତରପ୍ରଦେଶ, ପଞ୍ଜାବ ଓ ରାଜସ୍ଥାନରେ ପ୍ରବଳ ଥଣ୍ଡା  । ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ଟାଣ ଖରା ସତ୍ତ୍ୱେ କମ୍ପାଉଛି ଥଣ୍ଡା । ରାତିରେ ତାପମାତ୍ରା ୧୦ରୁ ୧୨ ଡିଗ୍ରୀ ମଧ୍ୟରେ ରହୁଛି । ଆଗକୁ ଆହୁରି ଶୀତ ବଢିବ ବୋଲି ଜଣାପଡିଛି ।

ରାଜସ୍ଥାନରେ ସର୍ବନିମ୍ନ ତାପମାତ୍ରା ୬ଡିଗ୍ରୀରୁ ୧୦ ଡିଗ୍ରୀ ମଧ୍ୟରେ ରହୁଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଫତେହପୁର, କରୌଲି, ଚିତୋଡଗଡ, ଭିଲଓ୍ୱାଡା, ପିଲାନି, ସିକର, ସଙ୍ଗରିଆ ଆଦି ସ୍ଥାନରେ ପାରଦ ୬ରୁ ୭ ଡିଗ୍ରୀରୁ ତଳକୁ ଖସୁଛି । ରାଜ୍ୟର ବାକି ସ୍ଥାନରେ ଶୁଷ୍କତା ଦେଖାଦେଇଛି ।

ଉତ୍ତରପ୍ରଦେଶରେ ଘନକୁଡୁଡ଼ି ଦେଖିବାକୁ ମିଳୁଛି । ଏଠାରେ ତାପମାତ୍ରା ୧୦ରୁ ୧୨ ଡିଗ୍ରୀ ମଧ୍ୟରେ ରହୁଛି । ବାତ୍ୟା ମାଣ୍ଡୋସ୍ ପାଇଁ ଦକ୍ଷିଣ ଭାରତରେ ଥଣ୍ଡା କମ୍ପାଉଛି । ଏଠାରେ କିଛିସ୍ଥାନରେ ହାଲୁକା ବର୍ଷା ହେବାର ସୂଚନା ରହିଛି । ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କେରଳର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଥିବାରୁ ଟିକେ ଥଣ୍ଡା ବଢିଛି । ଲାକ୍ଷାଦ୍ୱୀପ ଓ କର୍ଣ୍ଣାଟକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ମହାରାଷ୍ଟ୍ରରେ ବି କିଛି ସ୍ଥାନରେ ବର୍ଷା ହେବାର ଅନୁମାନ କରିଛି ପାଣିପାଗ ବିଭାଗ । ବର୍ଷା ପାଇଁ ପାଗ କୋହଲା ହୋଇ ଥଣ୍ଡା ଅନୁଭୂତ ହେଉଛି । ସାରା ଦେଶରେ ଶୀତ ଲହରୀ ଜାରି ରହିଛି ।

Leave A Reply

Your email address will not be published.