Latest Odisha News

BREAKING NEWS

ଓଲଟିଲା ପିକ୍‌ନିକ୍‌ ବସ୍‌,୨ ଛାତ୍ର ମୃତ

ମୁମ୍ବାଇ : ଛାତ୍ରଙ୍କ ଜୀବନ ନେଲା ପିକନିକ୍‌ । ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ଓଲଟିଲା ପିକ୍‌ନିକ୍‌ ବସ୍‌ । ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪୭ ଜଣ ଆହତ ହୋଇଛନ୍ତି । ବିଳମ୍ବିତ ରାତିରେ ଖୋପୋଲି ନିକଟରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଫେରୁଥିବା ଏକ ପିକ୍‌ନିକ୍ ବସ୍ଟି ବ୍ରେକ୍ ଫେଲ୍ ହେବା ଯୋଗୁ ଓଲଟିପଡିଛି ।

ପୁଲିସ ସୂଚନା ମୁତାବକ, ପୁରୁଣା ମୁମ୍ବାଇ-ପୁଣେ ଜାତୀୟ ରାଜପଥର ମ୍ୟାଜିକ ପଏଣ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।  ଏହି ପିକ୍‌ନିକ୍‌ ବସ୍‌ରେ ୪୯ ଜଣ ଛାତ୍ରଛାତ୍ରୀ ଥିଲେ । ସମସ୍ତ ଛାତ୍ରଛାତ୍ରୀ ୧୦ମ ଶ୍ରେଣୀର ବୋଲି ଜଣାପଡ଼ିଛି  । ଏହି ଦୁର୍ଘଟଣାରେ ସବୁ ଛାତ୍ରଛାତ୍ରୀଙ୍କ ସମେତ ବସ୍ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି ।

ଏହି ଦୁର୍ଘଟଣାରେ ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତଙ୍କୁ ଖୋପୋଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଏନେଇ ପୁଲିସ ତଦନ୍ତ ଜାରି ରଖିଛି।

 

Leave A Reply

Your email address will not be published.