Latest Odisha News

BREAKING NEWS

ଶୀତ ରୁ ମିଳିବ ଆଶ୍ବସ୍ତି; ଜାନୁଆରୀରୁ କମିବ ଥଣ୍ଡାର ପ୍ରକୋପ, ପାଣିପାଗ ପକ୍ଷରୁ ସୂଚନା

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ଏହା ସାଙ୍ଗକୁ ଘନ କୁହୁଡି ରେ ମଧ୍ୟ ସକାଳୁ ସକାଳୁ ସମଗ୍ର ରାସ୍ତାଘାଟ ଆଚ୍ଛାଦିତ ହୋଇ ରହୁଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ତେବେ ଜାନୁଆରୀ ଠାରୁ ଥଣ୍ଡା ର ପ୍ରକୋପ କମିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ ବିଭାଗ ।

ପାଣିପାଗ ବିଭାଗ ର ସୂଚନା ମୁତାବକ, ଜାନୁୟାରୀରେ ସ୍ବଭାବିକଠାରୁ ରାତିର ତାପମାତ୍ରା ବଢ଼ିବାରୁ ଥଣ୍ଡା କମ ରହିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ଜାରି ବୁଲେଟିନ୍‌ ଅନୁସାରେ ଆସନ୍ତା ୪ ଓ ୫ ତାରିଖରେ ରାଜ୍ୟର ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ୱଲପୁର, କେନ୍ଦୁଝର, ଦେବଗଡ଼ ଓ ମୟୂରଭଞ୍ଜ ଜିଲାର ଗୋଟିଏରୁ ଦୁଟି ସ୍ଥାନରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି ।

 

ସେପଟେ କୁହୁଡ଼ି କୁ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି । ୨ ରୁ ୪ ତାରିଖରେ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ସୋନପୁର, କୋରାପୁଟ, ବଲାଙ୍ଗିର, ବୌଦ୍ଧ, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, ଢେଙ୍କାନାଳ, କଟକ ଓ ଜଗତସିଂହପୁର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି । ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Leave A Reply

Your email address will not be published.