Latest Odisha News

ସ୍ୱାମୀଙ୍କ ସହ ଝଗଡ଼ା ପରେ ଫ୍ୟାନରେ ଝୁଲି କଲେଜ ଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟା !

ଭୁବନେଶ୍ୱର: ରାଜଧାନୀର ଏକ ଘରୋଇ କଲେଜ ଶିକ୍ଷୟିତ୍ରୀ ସ୍ୱାମୀଙ୍କ ସହିତ ଝଗଡ଼ା ହେବା ପରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କେଶୁରା ଅନ୍ତର୍ଗତ ଏସବିଆଇ କଲୋନୀରେ ଥିବା ଏକ ଭଡ଼ା ଘରେ ଏହି ଘଟଣା ଘଟିଥିବାର ସୂଚନା ହସ୍ତଗତ ହୋଇଛି ।

ମହିଳା ଜଣକ ଅସୀମା ନାୟକ ବୋଲି ଚିହ୍ନ ହୋଇଥିବା ବେଳେ ସେ ଗୌରବ ମ୍ୟାନେଜମେଣ୍ଟ-ସାଇନ୍ସ ଓ କମର୍ସ ରେସିଡ଼େନ୍ସିଆଲ୍ କଲେଜରେ କାର୍ଯ୍ୟ କରୁଥିଲେ ।

ଅସୀମାଙ୍କ ପିତା/ମାତାଙ୍କ ଅଭିଯୋଗ ଅନୁଯାୟୀ, ପୋଲିସ ତାଙ୍କ ସ୍ୱାମୀଙ୍କୁ ଥାନାରେ ରଖି ପଚରାଉଚରା ଜାରି ରଖିଛି ।

ମିଳିଥିବା ସୂଚନାନୁଯାୟୀ, ସ୍ୱାମୀଙ୍କ ସହିତ ଝଗଡ଼ା ହେବା ପରେ ପରେ ମହିଳା ଜଣକ ଘର ସିଲିଂ ଫ୍ୟାନରୁ ଝୁଲି ଆତ୍ମହତ୍ୟା କରିଛନ୍ତି ବୋଲି ସୂଚନା ମିଳିଛି । ଏହି ଘଟଣା ପରେ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.