Latest Odisha News

BREAKING NEWS

ଛଟ୍ ପୂଜା ପୂର୍ବରୁ ଆଶ୍ୱସ୍ତି, ଶସ୍ତା ହେଲା ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସି ଖବର। ଛଟ୍ ପୂଜା ପୂର୍ବରୁ କମିଲା ଗ୍ୟାସ ଦର। ସରକାରୀ ତୈଳ କମ୍ପାନୀଗୁଡିକ ଗୁରୁବାର ୧୬ ନଭେମ୍ବରରୁ ଦିଲ୍ଲୀ ସମେତ ୪ ମହାନଗରରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟରେ ବଡ଼ ହ୍ରାସ କରିଛନ୍ତି। ଏହି ହ୍ରାସ ୫୭.୫୦ ଟଙ୍କା ପର୍ଯ୍ୟନ୍ତ ରହିଛି। ତେବେ ଏହି ଏଲପିଜି ସିଲିଣ୍ଡରର ଓଜନ ୧୯ କିଲୋଗ୍ରାମ ଯାହାକି ହୋଟେଲ, ରେଷ୍ଟୁରାଣ୍ଟ ଇତ୍ୟାଦିରେ ବ୍ୟବହୃତ ହୁଏ। ଯାହାର ମୂଲ୍ୟ ୧୭୭୫.୫୦ ଟଙ୍କା ହୋଇଛି।

ଏହା ସହିତ କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଶସ୍ତା ହୋଇଛି। ଏହାର ମୂଲ୍ୟ ବର୍ତ୍ତମାନ କୋଲକାତାରେ ୧୮୮୫.୫୦ ଟଙ୍କା, ମୁମ୍ବାଇରେ ୧୭୨୮ ଟଙ୍କା ଏବଂ ଚେନ୍ନାଇରେ ୧୯୪୨ ଟଙ୍କା ହୋଇଛି। ନଭେମ୍ବର ୧ ରେ, ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୧୯୪୩ କୋଲକାତାରେ, ମୁମ୍ବାଇରେ ୧୭୮୫.୫୦ ଟଙ୍କା ଏବଂ ଚେନ୍ନାଇରେ ୧୯୯୯.୫୦ ଟଙ୍କା ଥିଲା। ସରକାର ୧୫ ଦିନ ପୂର୍ବରୁ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୦୧.୫୦ ଟଙ୍କା ବୃଦ୍ଧି କରିଥିଲେ। ଏହାପୂର୍ବରୁ ଅକ୍ଟୋବରରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୧୭୩୧.୫୦ ଟଙ୍କା, କୋଲକାତାରେ ୧୮୩୯.୫୦ ଟଙ୍କା, ମୁମ୍ବାଇରେ ୧୬୮୪ ଟଙ୍କା ଏବଂ ଚେନ୍ନାଇରେ ୧୮୯୮ ଟଙ୍କା ଥିଲା।

ତେବେ ଅଗଷ୍ଟ ମାସରୁ ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ପରିବର୍ତ୍ତନ ହୋଇନାହିଁ। ବର୍ତ୍ତମାନ ସରକାର ଏଥିପାଇଁ 200 ଟଙ୍କା ସବସିଡି ଦେଉଛନ୍ତି। ତେଣୁ ୧୪.୨ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୯୦୩ ଟଙ୍କା, କୋଲକାତାରେ ୯୨୯ ଟଙ୍କା, ମୁମ୍ବାଇରେ ୯୦୨.୫୦ ଟଙ୍କା ଏବଂ ଚେନ୍ନାଇରେ ୯୧୮.୫୦ ଟଙ୍କା ରହିଛି। ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ ପୂର୍ବ ପରିବର୍ତ୍ତନ ମାର୍ଚ୍ଚ ୨୦୨୩ ରେ ହୋଇଥିଲା।

Leave A Reply

Your email address will not be published.