Latest Odisha News

BREAKING NEWS

ଟୁଇନ ସିଟିରେ ଲଞ୍ଚ ହେଲା ଇ-ପରମିଶନ ଆପ୍ଲିକେସନ

ଭୁବନେଶ୍ବର : କରୋନା ସଂକ୍ରମଣକୁ ବ୍ରେକ୍ ଦେବା ପାଇଁ ରାଜ୍ୟରେ ଜାରି ରହିଛି ଲକଡାଉନ । କିନ୍ତୁ ଏହି ସମୟରେ କିଛି ଲୋକ ଲକଡାଉନ ନିୟମର ଉଲ୍ଲଂଘନ କରୁଛନ୍ତି । ଏଭଳିସ୍ଥିତିରେ ଟୁଇନ୍ ସିଟି ପାଇଁ ଇ-ପରମିଶନ ବ୍ୟବସ୍ଥା କରଛି କମିଶନରେଟ୍ ପୋଲିସ । ଇ-ପରମିଶନ ପାଇଁ ଇ-ଆପ୍ଲିକେସନ ଆରମ୍ଭ କରିଛି କମିଶନରେଟ ପୋଲିସ । କଟକ-ଭୁବନେଶ୍ବରରେ କାର୍ଯ୍ୟରତ ଘରୋଇ କଂପାନୀ କର୍ମଚାରୀଙ୍କ ପାଇଁ ପାସ୍ ବ୍ୟବସ୍ଥା କରିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ଆଇଟି ଓ ଘରୋଇ କମ୍ପାନୀର କର୍ମଚାରୀ ଇ-ପରମିଶନ ଜେନେରେଟ୍ କରିପାରିବେ ।

ଇ-ପରମିଶନର ବ୍ୟତିକ୍ରମ ହେଲେ କାର୍ଯ୍ୟାନୁଷ୍ଠାନ ନେବେ ପୋଲିସ । ଯେକୌଣସି ଘରୋଇ ଅଫିସରେ ଯାଞ୍ଚ କରାଯିବ । ସେହିପରି ଇ-ପରମିଶନ ନେଇଥିବା କମ୍ପାନୀ ଗୁଡିକର ତଥ୍ୟ ଡିସିପିଙ୍କ ପାଖରେ ରହିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

Leave A Reply

Your email address will not be published.