Latest Odisha News

BREAKING NEWS

ଛତିଶଗଡ଼ ମେ ୩୧ ଯାଏ ଲକ୍‌ଡାଉନ୍‌

ଛତିଶଗଡ଼: ରାଜ୍ୟରେ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ଯୋଗୁ ଛତିଶଗଡର ରାୟପୁର ଜିଲ୍ଲାରେ ଲକ୍‌ଡାଉନ୍‌କୁ ପୁଣି ବଢାଇଦିଆଯାଇଛି। ଲକ୍‌ଡାଉନ୍‌ ଅବଧିକୁ ଆସନ୍ତା ମେ ୩୧ ସକାଳ ୬ ଟା ପର୍ଯ୍ୟନ୍ତ ଲାଗୁ କରାଯାଇଛି।

ରାଜ୍ୟରେ କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଛତିଶଗଡ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଛତିଶଗଡ ସରକାର ଜିଲ୍ଲା ପ୍ରଶାସନକୁ ଲକ୍‌ଡାଉନ୍‌କୁ ୩୧ ମେ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କହିଛନ୍ତି।

ଏହି ଲକଡାଉନ୍ ଅବଧିରେ ସରକାର ଆର୍ଥିକ ତଥା ଅନ୍ୟାନ୍ୟ କାର୍ଯ୍ୟକଳାପରେ ଅଧିକ ଆରାମ ପ୍ରଦାନ କରିବାକୁ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ଅନୁମତି ଦେଇଛନ୍ତି।

ସମସ୍ତ ୨୮ ଟି ଜିଲ୍ଲାରେ ଲାଗୁ ହୋଇଥିବା ଏହି ଲକ୍‌ଡାଉନ୍‌ ଶନିବାର ମଧ୍ୟରାତ୍ରିରେ ଶେଷ ହେବ।

ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଲାଗୁ ହେବା ସହିତ କିଛିଟା କାର୍ଯ୍ୟରେ କଟକଣାକୁ କୋହଳ କରାଯିବ। ଏନେଇ ଜିଲ୍ଲାମାନଙ୍କୁ ଅନୁମତି ଦିଆଯାଇଛି। ଏହି ଲକ୍‌ଡାଉନ୍‌ ଆସନ୍ତା ମେ ୩୧ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ ବୋଲି ବିବୃତ୍ତିରେ କୁହାଯାଇଛି।

Leave A Reply

Your email address will not be published.