Latest Odisha News

ବିଜେବି କଲେଜ ଛାତ୍ରଙ୍କୁ ମାଡ ଘଟଣାରେ ୪ ଗିରଫ

ଭୁବନେଶ୍ୱର: ବିଜେବି କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଙ୍କୁ ମାଡ଼ ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ମଧ୍ୟରୁ ୩ ଜଣ ନାବାଳକ ।  ଏମାନେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛାତ୍ରଙ୍କୁ ମାଡ ମାରିଥିଲେ ।

ଛାତ୍ର ଜଣକ ତାଙ୍କର ଜଣେ ବାଲ୍ୟବନ୍ଧୁଙ୍କ ସହ କଲେଜ ଆସିବା ଘଟଣାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଛାତ୍ରୀଙ୍କ ସହ କଲେଜ ନ ଆସିବା ପାଇଁ ଉକ୍ତ ଛାତ୍ରମାନେ ତାଙ୍କୁ ଧମକ ଦେଇଥିଲେ । ଏପରିକି  ପୂର୍ବରୁ ରାସ୍ତାରେ ଅଟକାଇ  ଧମକଚମକ ଦେଇଥିଲେ ।

ହେଲେ ଛାତ୍ରଜଣକ ନ ଶୁଣିବାରୁ ଗତକାଲି କଲେଜରେ ତାଙ୍କୁ ମିଳିତ ଆକ୍ରମଣ କରିବା ସହ ମାଡ଼ ମାରିଥିଲେ ।  ଏ ନେଇ ଛାତ୍ରୀ ଜଣକ ବଡଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଏହି ଘଟଣା ରାଗିଂ ନୁହେଁ ବୋଲି  ଆଜି ଏକ ପ୍ରେସମିଟରେ କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।
>

Leave A Reply

Your email address will not be published.