Latest Odisha News

BREAKING NEWS

ସୀମାରେ ପାକିସ୍ତାନ ସେନା କରୁଛି ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର/ନୂଆଦିଲ୍ଲୀ : ଏବେ ଇଦ ଉଲ ଫିତର ଏବଂ ପବିତ୍ର ରମଜାନ ମାସ ଲାଗି ଭାରତ-ପାକିସ୍ତାନ ସୀମାରେଖାରେ ଅସ୍ତ୍ରବିରତି ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ପାକିସ୍ତାନ ସେନା ସୀମାରେଖା ନିକଟରେ ବାରମ୍ବାର ଗୁଳିଚାଳନା କରିବାରେ ଲାଗିଛି । ଆଜି ସକାଳେ ରଜୌରୀ ସେକ୍ଟର ନିକଟରେ ପାକିସ୍ତାନ ପଟରୁ ବହୁବାର ଗୁଳିଚାଳନା ହେବା ଫଳରେ ଜଣେ ଭାରତୀୟ ଯବାନ ଆହତ ହୋଇଛନ୍ତି ।

ଏହାର କଡ୍ଡା ଜବାବ ଦେଇ ଭାରତୀୟ ସେନା ପାକିସ୍ତାନ ପଟକୁ ଘନଘନ ଗୁଳିଚାଳନା କରିଥିଲେ । ବୋର୍ଡ଼ର ସିକ୍ୟୁରିଟି ଫୋର୍ସ (ବିଏସଏଫ) ପକ୍ଷରୁ ଉଚିତ ଜବାବ ଗୁଳିରେ ଦିଆଯାଇଛି ବୋଲି ବିଏସଏଫର ଜଣେ ଅଫିସର କହିଛନ୍ତି ।

ଚଳିତ ପବିତ୍ର ରମଜାନ ମାସକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅସ୍ତ୍ରବିରତି ଘୋଷଣା କରିଥିଲେ ଭାରତ-ପାକିସ୍ତାନ ସମେତ କାଶ୍ମୀର ଉପତ୍ୟକାରେ । କିନ୍ତୁ ଏହାକୁ ସମ୍ମାନ ନଜଣାଇ ଆତଙ୍କବାଦୀଙ୍କ ସମେତ ପାକିସ୍ତାନ ସେନା ବର୍ବୋରଚିତ କାଣ୍ଡ କରିଚାଲିଛନ୍ତି ।

ସୂଚନାଯୋଗ୍ୟ, ଗତ ୨ଦିନ ତଳେ ଶ୍ରୀନଗରରେ ‘ରାଇଜିଂ କାଶ୍ମିର’ ନାମକ ଏକ ଦୈନିକ ଖବରକାଗଜର ସମ୍ପାଦକଙ୍କୁ ବର୍ବୋରଚିତ ଭାବେ ଗୁଳି କରି ହତ୍ୟା କରିଥିଲେ । କିଛିଦିନ ପୂର୍ବରୁ ଭାରତ ସରକାରଙ୍କ ଗୃହମନ୍ତ୍ରୀ କାଶ୍ମୀରରେ ଶାନ୍ତି ରକ୍ଷା ଲାଗି ରାଜ୍ୟକୁ ପର୍ଯ୍ୟବେକ୍ଷଣ ମଧ୍ୟ କରିଥିଲେ ।

Leave A Reply

Your email address will not be published.