Latest Odisha News

BREAKING NEWS

ମ୍ୟାନେଜମେଣ୍ଟ ନିଷ୍ପତ୍ତି ପରେ ଭିସୁଟ ଆସୋସିଏଟ ପ୍ରଫେସରଙ୍କୁ ବାଧ୍ୟତାମୂଳକ ଅବସର

ବୁର୍ଲା:  ଭିସୁଟର ଜଣେ ଆସୋସିଏଟ ପ୍ରଫେସରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ବାଧ୍ୟତାମୂଳକ ଅବସର ପାଇଥିବା ଆସୋସିଏଟ ପ୍ରଫସର ଜଣକ ହେଲେ ସସ୍ମିତା କୁମାରୀ ପାଢୀ । ବିଶ୍ବବିଦ୍ୟାଳୟର ବୋର୍ଡ ଅଫ ମ୍ୟାନେଜମେଣ୍ଟ ତାଙ୍କୁ ଏପରି ବାଧ୍ୟତାମୂଳକ ଅବସର ଦେଇଛି । ପୂର୍ବରୁ ମଧ୍ୟ ସେ କୁଆଡେ ଥରେ ନିଲମ୍ବିତ ହୋଇଥିଲେ ।

ଏ ନେଇ ସୂଚନା ଦେଇ ବିଶ୍ୱବିଦ୍ୟାଳୟର କୁଳପତି କହିଛନ୍ତି,  ଅଭ୍ୟାସଗତ ବିଶୃଙ୍ଖଳିତ ଆଚରଣ ଓ ବିଶ୍ୱବିଦ୍ୟାଳୟର ଅନୁଶାସନ ଭଙ୍ଗ ଅଭିଯୋଗରେ ବୁର୍ଲା ଭିସୁଟର କମ୍ପ୍ୟୁଟର ଆପ୍ଲିକେସନ ବିଭାଗର ଆସୋସିଏଟ ଫ୍ରଫେସରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ,  ଗତ ୩୦ ତାରିଖରେ ଭିସୁଟର ବୋର୍ଡ ଅଫ ମ୍ୟାନେଜମେଣ୍ଟର ଏକ ବୈଠକ ବସିଥିଲା । ବୈଠକରେ   ଆସୋସିଏଟ ପ୍ରଫେସର ସସ୍ମିତା କୁମାରୀ ପାଢୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ଏନେଇ ବିଶ୍ୱବିଦ୍ୟାଳୟ  କୁଳପତି କହିଛନ୍ତି, ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବସିଥିବା ବୈଠକର  ରିପୋର୍ଟ ଆସିବା ପରେ ବୋର୍ଡ ମିଟିଙ୍ଗରେ ତାହାକୁ ଉପସ୍ଥାପନ କରାଗଲା। ସେଠାରେ ଏହି ରିପୋର୍ଟର  ତର୍ଜମା କରାଯାଇଥିଲା । ତା ପରେ ବୋର୍ଡ ପକ୍ଷରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା ଏବଂ  ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରାଯାଇଥିଲା । ତେବେ ଏ ସମ୍ପର୍କରେ ସଂପୃକ୍ତ ଆସସିଏଟ ପ୍ରଫେସରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ

Leave A Reply

Your email address will not be published.